ଭୁବନେଶ୍ବର:ବୈଷ୍ଣବ ପୁରୀ ନାଗା ସାଧୁଙ୍କ ସପକ୍ଷରେ ବିଜେପି । ଶ୍ରୀମନ୍ଦିରରେ ବେଆଇନ ପ୍ରବେଶ ଅଭିଯୋଗରେ ଗିରଫ ହୋଇଛନ୍ତି ନାଗା ସାଧୁ । ତାଙ୍କୁ ପାଗଳ କରାଯାଉଥିବା ନେଇ ସାଧୁ ଅଭିଯୋଗ ଆଣିଛନ୍ତି । ଏନେଇ ଆଜି ବିଜେପି ନେତା ବିଷ୍ଣୁ ସେଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛି ।
ନାଗାସାଧୁ ବୈଷ୍ଣବ ପୁରୀ ଶ୍ରୀମନ୍ଦିରର ନିୟମ ଭଙ୍ଗ ଅଭିଯୋଗରେ ଚୌଦ୍ବାର ଜେଲରେ ରଖାଯାଇଥିଲା । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ । ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ହେଉଥିବା ବିଭ୍ରାଟକୁ ସାମ୍ନାକୁ ଆଣିଥିବାରୁ ସାଧୁ ଆକ୍ରୋଶର ଶିକାର ହୋଇଛନ୍ତି ।
ସେହି ଏହି ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନାଗା ସାଧୁ ଜଣକ ବ୍ରହ୍ମପୁରର ତୁମ୍ଭନାଥ ସୁବୁଦ୍ଧି । ସେ ଦୀର୍ଘ 8 ବର୍ଷ ଧରି ସନ୍ନ୍ୟାସ ଭାବରେ ଦୀକ୍ଷିତ । ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ରକ୍ଷା ପାଇଁ ଯେଉଁ 4ଟି ଶାଖା ସୃଷ୍ଟି କରିଥିଲେ । ନାଗା ସାଧୁ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ହେଲେ ଏମାନେ ପ୍ରତିହତ ପାଇଁ ସୃଷ୍ଟି । ରୋହିନୀ କୁଣ୍ଡର ପଟା ଖୋଲିବା ଭୁଲ କି ଠିକ କହିବିନି । ତେଣୁ ତାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିଜେପି ଦୃଢ ବିରୋଧ କରୁଛି ବୋଲି ବିଷ୍ଣୁ କହିଛନ୍ତି ।