ଓଡିଶା

odisha

ETV Bharat / city

ବିଜେଡି ନେତା ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି - BJP leader Bishnu Das is ill

ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ। ତାଙ୍କର ବ୍ରେନ ଷ୍ଟ୍ରୋକ ହେବ ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଜେଡି ନେତା ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ବିଜେଡି ନେତା ବିଷ୍ଣୁ ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

By

Published : Jun 24, 2020, 2:33 PM IST

ଭୁବନେଶ୍ବର: ବିଜେଡି ବିଧାୟକ ତଥା ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ହଠାତ୍‌ ପଡିଯିବା ଯୋଗୁଁ ତାଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା। ଫଳରେ ବୁଧବାର ତାଙ୍କର ଅସ୍ତ୍ରୋପଚାର ହୋଇଛି।

ଅସ୍ତ୍ରୋପଚାର ପରେ ସେ ଆଇସିୟୁରେ ଅଛନ୍ତି । ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । 6 ଥର ବିଧାୟକ ହୋଇଥିବା ଏହି ବରିଷ୍ଠ ନେତା ମନ୍ତ୍ରୀ ବି ହୋଇଥିଲେ। ଏହାଛଡା ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ମଧ୍ୟ ଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details