ଓଡିଶା

odisha

ETV Bharat / city

ହାଇଦର ଫେରାର ଘଟଣାକୁ ନେଇ ବର୍ଷିଲେ ବିଜୟ, କହିଲେ ସମ୍ପୃକ୍ତ ଅଛନ୍ତି ବଡ ଅଫିସର - ହାଇଦର ଫେରାର ଘଟଣା

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପୋଲିସ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଫେରାରର ସତ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି । ଅଧିକ ପଢନ୍ତୁ...

bjp leader Bijaya mahapatra reaction on gangster hider case
ହାଇଦର ଫେରାର ଘଟଣା ,ଏସଟିଏଫ ଓ ପୋଲିସ ଡିଜିପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ

By

Published : Apr 13, 2021, 1:43 PM IST

Updated : Apr 13, 2021, 7:39 PM IST

ଭୁବନେଶ୍ବର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପୋଲିସ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଫେରାରର ସତ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଉଛି । ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି । ଏସଟିଏଫ ର ଦାୟିତ୍ବ କୁଖ୍ୟାତ ଅପରାଧୀଙ୍କ ଉପରେ ନଜର ରଖିବା ।

ହାଇଦର ଫେରାର ଘଟଣାକୁ ନେଇ ବର୍ଷିଲେ ବିଜୟ, କହିଲେ ସମ୍ପୃକ୍ତ ଅଛନ୍ତି ବଡ ଅଫିସର

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ ଏଠି ଏସଟିଏଫ କଣ କରୁଥିଲା । ପ୍ରଥମେ ଏସଟିଏଫ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେଉଁ 5 ରୁ 6 ଅଫିସର ମିଟିଙ୍ଗ କରୁଛନ୍ତି ଡ଼ିଜି ଅଫିସରେ ସେମାନଙ୍କୁ ନିଜ ଦୋଷ ସ୍ୱୀକାର କରିବାକୁ ପଡ଼ିବ । ଏସଟିଏଫ ମୁଖ୍ୟ, କଟକ ଡ଼ିସିପି, ଆଇନ ଶୃଙ୍ଖଳା ଏଡ଼ିଜି ଓ ପୋଲିସ ଡ଼ିଜି କେବଳ ଲଜ୍ଜା ଜନକ ବିବୃତି ନ ଦେଇ ନିଜ ଦାୟିତ୍ବ ସଠିକ ଭାବେ ନିଭାନ୍ତୁ । ଏମାନଙ୍କ ବିବୃତିରୁ ଲାଗୁଛି ସତ ଲୁଚେଇବା ଲାଗି ଚେଷ୍ଟା ହେଉଛି । ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା ସେହି ପ୍ରସ୍ତୁତିରେ ଓଡ଼ିଶାର ବଡ଼ ବଡ଼ କିଛି ଅଫିସରଙ୍କ ସମ୍ପୃକ୍ତି ରହିଛି । କେବଳ ତାମିଲ ଅଫିସର ମାନଙ୍କୁ ଖୁସି କରିବାକୁ କାମ କରି ଆଇପିଏସ ମାନେ କଳଙ୍କିତ ହୁଅନ୍ତୁ ନାହିଁ କି ପୋଲିସ ବିଭାଗକୁ କଳଙ୍କିତ ନ କରନ୍ତୁ ।

ସର୍ଚ୍ଚ ଅପରେସନ ନାରେ ବଡ଼ ବଡ଼ କଥା କୁହାଯାଉଛି ଏ ପର୍ଯ୍ୟନ୍ତ କଣ ରେଜଲ୍ଟ ଆସିଛି । ସାଧାରଣ ରୋଗୀକୁ ବେଡ଼ ମିଳୁନି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କ୍ୟାବିନ କେମିତି ମିଳିଲା । ଏସସିବିରେ କ୍ୟାବିନ କିଏ ଆରେଞ୍ଜ କରିଥିଲା । ବୁର୍ଲା ମେଡ଼ିକାଲ ରେଫର ନ କରି ଜେଲ କର୍ତ୍ତୃପକ୍ଷ କେମିତି ତାକୁ କଟକ ପଠାଇଲେ । ସମ୍ପୂର୍ଣ୍ଣ ଘଟଣା ରହସ୍ୟମୟ ଲାଗୁଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Apr 13, 2021, 7:39 PM IST

ABOUT THE AUTHOR

...view details