ଓଡିଶା

odisha

ETV Bharat / city

ମମିତା ହତ୍ୟାକାଣ୍ଡ: ପୋଲିସ ତଦନ୍ତରେ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର

ମମିତା ହତ୍ୟାକାଣ୍ଡରେ ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କୋର୍ଟରେ ପୋଲିସ ଦାଖଲ କରିଥିବା କେସ ଡାଏରୀ ଧରି ପୋଲିସ ଉପରେ ବର୍ଷିଲେ ବିଜୟ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ: ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇ ବିଜୟ ମହାପାତ୍ର
ମମିତା ହତ୍ୟାକାଣ୍ଡ: ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇ ବିଜୟ ମହାପାତ୍ର

By

Published : Nov 13, 2021, 3:55 PM IST

Updated : Nov 13, 2021, 7:11 PM IST

ଭୁବନେଶ୍ବର: ମମିତା ହତ୍ୟାକାଣ୍ଡରେ ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର । କୋର୍ଟରେ ପୋଲିସ ଦାଖଲ କରିଥିବା କେସ ଡାଏରୀ ଧରି ପୋଲିସ ଉପରେ ବର୍ଷିଲେ ବିଜୟ । କଳାହାଣ୍ଡିର ଏକ ନୃଶଂସ ଓ ବିଭତ୍ସ ହତ୍ୟାକାଣ୍ଡ ନେଇ ସମଗ୍ର ରାଜ୍ୟ ଦୋହଲି ଯାଇଛି । ଗତମାସରେ ଏତଲା ହୋଇଥିଲାବେଳେ ଆଜି ଘଟଣାକୁ ମାସେ ପୁରୁଛି । ମାତ୍ର ଏହି ମାସକ ଭିତରେ ତଦନ୍ତ ଠିକ ବାଟରେ ହେଉନଥିବା ମନେ ହେଉଛି କହିଛନ୍ତି ବିଜୟ। ମମିତାର ଚରିତ୍ର ସଂହାର କେହି ବି ଓଡ଼ିଶାରେ କରିନାହାନ୍ତି କି କୌଣସି ରାଜନୈତିକ ଦଳ ବି କରିନି । ବରଂ ମମିତା ମେହେର ଗୋଟିଏ ଘଟଣାକୁ ସାମ୍ନାକୁ ଆଣିବା ପାଇଁ ବଳିଦାନ ଦେଇଛି । ମାତ୍ର ଏହାକୁ ନେଇ ମିଥ୍ୟା ଅଭିଯୋଗ କରାଯାଉଛି ।

ମମିତା ହତ୍ୟାକାଣ୍ଡ: ପୋଲିସ ତଦନ୍ତ ନେଇ ପ୍ରଶ୍ନ ଉଠାଇ ବିଜୟ ମହାପାତ୍ର

ମହାପାତ୍ର କହିଛନ୍ତି ଯେ, ମାସେ ମଧ୍ୟରେ ଅନୁସନ୍ଧାନ କେଉଁ ଦିଗକୁ ଗଲା ଏବଂ ପ୍ରତିବାଦ ଭିନ୍ନ କଥା । ମାତ୍ର ମାସକ ଭିତରେ ପୋଲିସ କେତେବାଟ ତଦନ୍ତ କରିଛି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି । 12 ତାରିଖ ରାତି 12ଟାରେ ଏତଲା ରଖିଛି ତାକୁ 13 ତାରିଖ ବୋଲି ଦର୍ଶା ଯାଇଛି । ସେ ଆହୁରି କହିଛନ୍ତି, ‘‘ମୁଁ ଏକଥା କହୁନି ପୋଲିସ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି । ଏତଲା କୋର୍ଟକୁ ଆସିବାକୁ 3 ଦିନ ଲାଗିଲା ଏହାର ଉତ୍ତର କିଏ ଦେବ?’’ ଆଇନ କହୁଛି ଏତଲା ସଙ୍ଗେ ସଙ୍ଗେ କୋର୍ଟ ଆସିବ । ସିନ୍ଧେଇକେଲା ଥାନାରୁ ବଙ୍ଗମୁଣ୍ଡା କୋର୍ଟ ଏତଲା ଆସିବା ପାଇଁ ଏକ ଘଣ୍ଟା ଲାଗିବ ମାତ୍ର ଏଠି ତିନି ଦିନ ଲାଗିଲା । ଯଦି କିଛି ଅସୁବିଧା ଥିଲା ତାହାର କାରଣ ପୋଲିସ ଦର୍ଶାଇବାର ଆବଶ୍ୟକତା ରହିଛି । ମାତ୍ର ପୋଲିସ ତାହା କରି ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଏହି ଘଟଣା ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନବାଚୀ ଆହୁରି ଘନୀଭୂତ କରୁଛି । ବାହାରେ ପ୍ରଚାର କରାଗଲା ସ୍କୁଲ ଅଲଗା କଲେଜ ଅଲଗା । ମାତ୍ର ଏତଲା କହୁଛି କଲେଜର ହଷ୍ଟେଲରେ ମମିତା ରହୁଥିଲେ । ସେଠାରେ ଏକ ସେକ୍ସ ସ୍କାଣ୍ଡଲ ଚାଲୁଥିବା ଏହି ଏତଲାରେ ରହିଛି । ଯେଉଁ ସେକ୍ସ ରାକେଟ ଚାଲୁଥିଲା ତାହାର ତଦନ୍ତ ଏବେ କିଏ କରୁଛି? ଯଦି ପୋଲିସ ଗୋବିନ୍ଦକୁ ଏହା ପଚାରିଲା ତେବେ ତାହାର ରିପୋର୍ଟ କୋର୍ଟରେ କାହିଁକି ପୋଲିସ ଦେଇନାହିଁ । 164ରେ କାହିଁକି ପୋଲିସ ଷ୍ଟେଟମେଣ୍ଟ ନେଲାନାହିଁ । କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଗୋବିନ୍ଦ ସାହୁ ବିଷୟରେ ମାତ୍ର ଗୋଟିଏ ପଦ ଲେଖାଯାଇଛି । ସେ ତାହା ସ୍ବିକାର କରିଛି । ମାତ୍ର, ତାକୁ ନେବା ଉକ୍ତ ସ୍ଥାନ ବୁଲାଇବା ସତ ମାନିବା ତାହା କେଉଁଠି ଲେଖାଯାଉନି । ପ୍ରଥମରୁ ହିଁ ପୋଲିସ କେସକୁ ଦୁର୍ବଳ କରିଦେଇଛି । ଆଉ ଏବେ ବି ଏହି କେସକୁ ଆହୁରି ଦୁର୍ବଳ କରିବାକୁ ଷଢଯନ୍ତ୍ର କରାଯାଉଛି । ମୋ ମତରେ ଏତଲା ହୋଇଛି ମାତ୍ର କେସ କିଛି ନାହିଁ । ରାୟପୁରର ପ୍ରମାଣ ପୋଲିସ ପାଖରେ ଅଛି ବୋଲି କହିଲେ ବିଜୟ । ତଦନ୍ତ ଯଦି ଠିକ ବାଟରେ ନଯାଏ ତେବେ ଧୀରେ ଧୀରେ ପରିସ୍ଥିତି ଅଣଆୟତ୍ତ ହେବ ବୋଲି ଚେତାବନୀ ଦେଇଛନ୍ତି ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 13, 2021, 7:11 PM IST

ABOUT THE AUTHOR

...view details