ଓଡିଶା

odisha

ETV Bharat / city

ବିରୋଧି ଦେଶରେ ଷଡ଼ଯନ୍ତ୍ର ଏବଂ ମିଥ୍ୟା ପ୍ରଚାର କରୁଛନ୍ତି: ରାମମାଧବ - ସିଏଏ ଲାଗୁ ସମ୍ବନ୍ଧରେ କହିଲେ ରାମ ମାଧବ

ମଙ୍ଗଳବାର ଭୁବନେଶ୍ବରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ ଅଫ ଟ୍ରାଇବାଲ ସୋସାଇଟି ପକ୍ଷରୁ ଆୟୋଜିତ ନୂଆ ଭାରତର ଗଠନରେ ଧାରା ୩୭୦ ଉଚ୍ଛେଦ ଏବଂ ସିଏଏର ଲାଗୁର ପ୍ରଭାବ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମମାଧବ।

bjp leaader ram madhab
ବିଜେପି ସାଧାରଣ ସମ୍ପାଦକ ରାମ ମାଧବ

By

Published : Jan 15, 2020, 8:34 AM IST

ଭୁବନେଶ୍ବର: ସମଗ୍ର ଦେଶରେ ୩୭୦ ଧାର ଉଚ୍ଛେଦ ଏବଂ ସଂଶୋଧିତ ନାଗରିକତା ଆଇନ(ସିଏଏ) ଲାଗୁ ହେବା ପରେ ସାରା କେନ୍ଦ୍ରେରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହିକ୍ରମରେ ମଙ୍ଗଳବାର ଭୁବନେଶ୍ବରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ ଅଫ ଟ୍ରାଇବାଲ ସୋସାଇଟି ପକ୍ଷରୁ ଆୟୋଜିତ ନୂଆ ଭାରତର ଗଠନରେ ଧାରା ୩୭୦ ଉଚ୍ଛେଦ ଏବଂ ସିଏଏର ଲାଗୁ ପ୍ରଭାବ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମମାଧବ ।

କେନ୍ଦ୍ରର ମୋଦି ସରକାରଙ୍କ ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତିକୁ ଲୋକେ ଗ୍ରହଣ କରୁଛନ୍ତି । ହେଲେ ବିରୋଧି ଷଡ଼ଯନ୍ତ୍ର ଓ ମିଥ୍ୟା ପ୍ରଚାର କରି ହିଂସାକାଣ୍ଡ ଘଟାଇବାକୁ ପ୍ରୟାସ କରୁଛନ୍ତି । ନୂତନ ଭାରତର ପରିକଳ୍ପନା ନେଇ ମୋଦି ସରକାର ଆଗକୁ ବଢ଼ୁଛନ୍ତି । ନାଗରିକତା ସଂଶୋଧନ ଆଇନ(ସିଏଏ)ରେ କୌଣସି ବିବାଦ ନାହିଁ କିମ୍ବା କାହା ପ୍ରତି କିଛି ବାଛବିଚାର ହୋଇନାହିଁ । ବିରୋଧି ଜାଣିଶୁଣି ଏହାକୁ ବିବାଦ ଭିତରକୁ ଟାଣୁଛନ୍ତି। ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ୩୭୦ ଧାରା ଉଚ୍ଛେଦ ହେବା ପରେ କାଶ୍ମୀରବାସୀ ଏହାକୁ ସ୍ବାଗତ କରିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ରାମ ମାଧବ

ଏହି ଆଇନର ବାସ୍ତବତାକୁ ସର୍ବ ସମ୍ମୁଖକୁ ଆଣିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ବିଜେପି ପକ୍ଷରୁ ସମଗ୍ର ଦେଶରେ ଜନଜାଗରଣ କାର୍ଯ୍ୟକ୍ରମ କରାଯିବା ସହିତ ବୁଦ୍ଧିଜୀବୀଙ୍କ ସହ ଯୋଗାଯୋଗ କରାଯାଉଛି ।

ସିଏଏ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଭାରତୀୟ ମୁସଲମାନଙ୍କ ସହ ସିଏଏ ,ଏନଆରସିର କୌଣସି ସମ୍ପର୍କ ନାହିଁ । ଏହା କେବଳ ପାକିସ୍ତାନ, ବଙ୍ଗଳାଦେଶ ଏବଂ ଆଫଗାନିସ୍ତାନରୁ ଧାର୍ମୀୟ ଉତ୍ପୀଡନର ଶିକାର ହୋଇ ଭାରତକୁ ଚାଲି ଆସିଥିବା ଅଣମୁସଲମାନଙ୍କ ପାଇଁ ଏହି ଆଇନର ବ୍ୟବସ୍ଥା କରାଯାଉଛି । ଯାହା ମାଧ୍ୟମରେ ସେମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details