ଓଡିଶା

odisha

By

Published : Nov 10, 2021, 10:08 PM IST

ETV Bharat / city

ଜଗନ ନିଜ ଇଛା ପୂରଣ ପାଇଁ ଆସିଥିଲେ: ଭୃଗୁ

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହେବା ପରେ ପୁଣି ମୁଖ୍ୟ ଶାସନ ସଚିବ କରିବେ କଣ ? ସୁପ୍ରିମକୋର୍ଟ କହିଥିଲେ ରାଜନୈତିକ ହସ୍ତକ୍ଷେପ ହେବା ଦରକାର । ଦୁଇ ରାଜ୍ୟ ମଧ୍ୟରେ ଚର୍ଚ୍ଚା ଆଲୋଚନା ହେବା ଦରକାର । ଅଧିକ ପଢନ୍ତୁ...

Bhrigu
Bhrigu

ଭୁବନେଶ୍ବର: ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା ହେବା ପରେ ପୁଣି ମୁଖ୍ୟ ଶାସନ ସଚିବ କରିବେ କଣ ? ସୁପ୍ରିମକୋର୍ଟ କହିଥିଲେ ରାଜନୈତିକ ହସ୍ତକ୍ଷେପ ହେବା ଦରକାର । ଦୁଇ ରାଜ୍ୟ ମଧ୍ୟରେ ଚର୍ଚ୍ଚା ଆଲୋଚନା ହେବା ଦରକାର । କିନ୍ତୁ ଓଡିଶା ସରକାର କାଲି ବ୍ୟାକଫୁଟରେ ଆଲୋଚନା କଲେ । ବିନା ପ୍ରସ୍ତୁତିରେ ରାଜ୍ୟ ସରକାର ଆଲୋଚନା କଲେ । ଜଗନ ମୋହନ ରେଡ୍ଡୀ ଆସିଥିଲେ ତାଙ୍କ ଇଛା ପୂରଣ କରିବା ପାଇଁ । ଯାହା ଯାହା ଓଡିଶାର ନେବା କଥା ନେଇଗଲେ ଆଉ ଏବେ ଯାହା ନେବାର ଅଛି ସେଥିପାଇଁ ରାଜ୍ୟ ସରକାରଙ୍କ କ୍ଲିଅରାନ୍ସ ନେବା ପାଇଁ ଆସିଥିଲେ ।

ଜଗନ ମୋହନ ରେଡ୍ଡୀ ନିଜ ଇଛା ପୂରଣ ପାଇଁ ଆସିଥିଲେ: ଭୃଗୁ

ଗତକାଲି ଆନ୍ଧ୍ର-ଓଡିଶା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଏଭଳି ଭାବେ କଡା ସମାଲୋଚନା କରିଛି ବିଜେପି । ଗଣମାଧ୍ୟମ ସହ ଆଲୋଚନା କରି ରାଜ୍ୟ ବିଜେପି ଉପ-ସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ନେରେଡି ବ୍ୟାରେଜ ପାଇଁ ତାଙ୍କୁ ଓଡିଶାର ସାହାଯ୍ୟ ଆବଶ୍ୟକତା ରହିଛି ତେଣୁ ସେ ଆସିଥିଲେ । ରାଜ୍ୟ ସରକାର କହିଲେ ବେଶ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ହେଲା । ଆଉ ଠିକ ଏହି ଆଲୋଚନା ଚାଲିଥିବା ବେଳେ ଆନ୍ଧ୍ର ଅଫିସର ମାନେ କାଲି ଜମି ପଟ୍ଟା ବାଣ୍ଟିବାର ପ୍ରୟାସ କରିଛନ୍ତି । ଆଜି ଆନ୍ଧ୍ର ଅଫିସର କୋଟିଆରେ ବୁଲୁଛନ୍ତି । ଆମର ସ୍ପଷ୍ଟ ମତ ଥିଲା ଯଦି ଓଡିଶାର ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କଥା ହେବାର ଆବଶ୍ୟକତା ପଡିଲା ତେବେ ସ୍ପଷ୍ଟ ଭାବେ କହିଥାନ୍ତେ ଯେ ସୀମାନ୍ତ ଅଞ୍ଚଳରେ ଯାହା ଯାହା ଆନୁପ୍ରବେଶ କରିଛ ବନ୍ଦ କର ତା ପରେ ଚର୍ଚ୍ଚା ଆଲୋଚନା ହେବ । 21 ଟି ଗାଁ ଚାଲିଯିବ । 2022 ନିର୍ବାଚନ ଓଡିଶା ସରକାର କରି ପାରିବେ କି ନାହିଁ ତାହା ବଡ ପ୍ରଶ୍ନ ।

ସେହିପରି ମହେନ୍ଦ୍ରତନୟା, ବଂଶଧାରା, ଝଞ୍ଜାବତୀ ନାଗାବଳୀ ଭଳି ସବୁ ନଦୀ ତଳ ମୁଣ୍ଡରେ ଆନ୍ଧ୍ର ବନ୍ଧ ବାନ୍ଧି ସାରିଲାଣି । ସବୁଠାରୁ ବଡ ଦୁଃଖ ହେଉଛି ଯେଉଁ ସରକାର ବା ଯେଉଁ ମୁଖ୍ୟମନ୍ତ୍ରୀ ଓଡିଶାର ସୀମାର ସୁରକ୍ଷା କରିବା କଥା ତାଙ୍କ ପାଖରେ ଉପଯୁକ୍ତ ଏଜେଣ୍ଡା ନାହିଁ । କଣ ଚର୍ଚ୍ଚା କରାଯିବ । ସେଠାରେ ଓଡିଶାର ଯୁକ୍ତି ସଠିକ ଓ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ ହେଲା ନାହିଁ । ବୈଠକର କୌଣସି ମୂଲ୍ୟ ନାହିଁ । ଆନ୍ଧ୍ର ସରକାରଙ୍କ ସହ ବିନା ସର୍ତ୍ତରେ ଓଡିଶା ସରକାର ବସିବା କଥା ନୁହେଁ । ଓଡିଶାର ସବୁ କିଛି ଆନ୍ଧ୍ର ନେଇଯିବା ପରେ ଏ ଆଲୋଚନାର କିଛି ମୁଲ୍ୟ ନାହିଁ ବୋଲି ଭୃଗୁ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details