ଓଡିଶା

odisha

ETV Bharat / city

ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ: 3 ମାସରେ 3500 ମଣ୍ଡିର ହେବ ଅନୁଧ୍ୟାନ - bjp Krushak Morcha Mandi Chal Abhiyan

ଆଗାମୀ 3 ମାସରେ ବିଜେପିର କୃଷକମୋର୍ଚ୍ଚାର ମଣ୍ଡି ଚାଲ ଅଭିଯାନ । ବିଭିନ୍ନ ମଣ୍ଡିକୁ ଯାଇ ଚାଷୀଙ୍କୁ କେନ୍ଦ୍ରୀୟ ସହାୟତା ଉପରେ ଅବଗତ କରାଇବା ଦଳ । ଅଧିକ ପଢନ୍ତୁ...

ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ
ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ

By

Published : Dec 21, 2020, 6:46 PM IST

ଭୁବନେଶ୍ବର: କୃଷି ଆଇନକୁ ନେଇ ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ । ଆଗାମୀ ତିନି ମାସରେ 3500 ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ଦଳ । ଏହା ସହ ପ୍ରତି ମଣ୍ଡିରେ କେନ୍ଦ୍ରୀୟ ସହାୟତା ପୋଷ୍ଟର ମାରି କୃଷକଙ୍କୁ ଅବଗତ କରିବ । ପ୍ରତ୍ୟେକ ମଣ୍ଡିରେ କୃଷକ ପଞ୍ଚାୟତ ଆୟୋଜନ ମଧ୍ୟ କରାଯିବ ।

ଏହି ଅଭିଯାନରେ ଓଡିଶାର ପ୍ରମୁଖ 6ଟି ସ୍ଥାନରେ ଜୟପୁର, ବରଗଡ, ବାଲେଶ୍ବର, ଢେଙ୍କାନାଳ , କଟକରେ ଚାଷୀ ସମାବେଶ ଆୟୋଜନ କରି ନୂତନ କୃଷିନୀତି ସପକ୍ଷରେ ଚାଷୀଙ୍କୁ ବୁଝାଇବ । ଜିଲ୍ଲାରେ ଥିବା ସମସ୍ତ ଧାନ ମଣ୍ଡିକୁ କୃଷକମୋର୍ଚ୍ଚା ମଣ୍ଡିଚାଲ ଅଭିଯାନରେ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ବହୁ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତାଲିକାରେ 52 ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହେବାକୁ ପ୍ରକୃତ ହିତାଧିକାରୀ ବୋଲି କୁହାଯାଇଛି । ପ୍ରଥମେ ୩୬ ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ଥିଲେ ହେଲେ ଏବେ ମାତ୍ର 20 ଲକ୍ଷ ଚାଷୀ ସାମିଲ ହୋଇଛନ୍ତି । ଏହା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ନିଜସ୍ବ କାଳିଆ ଯୋଜନା ଏକ ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି ।

ସେହିପରି କେନ୍ଦ୍ର ସରକାର ଓଡିଶାର ଚାଷୀଙ୍କ ଠାରୁ 1 ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଓଡିଶା ସରକାର ଟୋକନ ନାଁରେ ଚାଷୀଙ୍କ ଧାନକୁ କାଟଛାଟ କଲେ । ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବଂ ସାର ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା ଦେଖାଦେଇଛି । ୩୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବାର ପ୍ରତିଶୃତି ଆଜି ବି ପାଳନ ହୋଇପାରିଲା ନାହିଁ । ଏସବୁ ପ୍ରସଙ୍ଗକୁ ନେଇ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ କରିବ ।

ABOUT THE AUTHOR

...view details