ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ନଯାଇ, ମଣ୍ଡି ବୁଲନ୍ତୁ: ପ୍ରଦୀପ ପୁରୋହିତ - Pradeep Purohit reaction on mandi issue

ଓଡିଶାରେ ଚାଷୀମାନେ ମଣ୍ଡିରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ମଣ୍ଡି ବୁଲିବାକୁ କହିଛନ୍ତି ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ

By

Published : Dec 11, 2020, 12:12 PM IST

ଭୁବନେଶ୍ବର: ଓଡିଶାରେ ବିଜୁ ଜନତା ଦଳର ସରକାର କୃଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ମୁଁ ନବୀନ ବାବୁଙ୍କୁ ପଚାରିବାକୁ ଚାହୁଁଛି 21 ବର୍ଷ ଭିତରେ କୃଷକ ମାନଙ୍କର କଣ ବିକାଶ କଲେ ତାର ହିସାବ ଦିଅନ୍ତୁ ବୋଲି ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ନଯାଇ ମଣ୍ଡି ବୁଲନ୍ତୁ ବୋଲି ପ୍ରଦୀପ ଆହ୍ବାନ କରିଛନ୍ତି ।

ପ୍ରଦୀପ ପୁରୋହିତ

ଏହାସହ ସମଗ୍ର ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ ସମସ୍ୟା ଯୋଗୁ ବ୍ୟାପକ ଅସନ୍ତୋଷ କୁହୁଳୁଛି । ଓଡ଼ିଶାର କୌଣସି ଚାଷୀ 1868 ଟଙ୍କା ପାଉନାହିଁ । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦରରୁ ଓଡିଶାର ଚାଷୀ ବଞ୍ଚିତ ହେଉଛନ୍ତି । ମିଲର ମଣ୍ଡିକୁ ଯାଉଛନ୍ତି । ପ୍ରତି ମଣ୍ଡିରେ 6ରୁ 8 କେଜି କଟିଂ ହେଉଛି । ଯେଉଁ ଚାଷୀର କଟିଂ ହେବ ସେଥିରୁ 2 କେଜିର ଟଙ୍କା ବିଜୁ ଜନତା ଦଳର ଖାତାକୁ ଯାଉଥିବା ସାଙ୍ଘାତିକ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ପ୍ରଦୀପ ।

ସେହିପରି ଏହି ପଇସାକୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚ କରିବେ । ନବୀନ ବାବୁ କ୍ୟାବିନେଟରେ 2008କୁ ଜଳସେଚନର ବର୍ଷ କରିଥିଲେ । ଏବେ ଜବାବ ରଖନ୍ତୁ କେତେ ଜମିକୁ ଜଳ ସେଚିତ କଲେ । ବରଗଡ଼ର ସୋହେଲାରେ 100 ଟଙ୍କା ଦେବାକୁ ଯେଉଁ ପ୍ରତିଜ୍ଞା ଦେଇଥିଲେ ତାହା କୁଆଡେ ଗଲା ବୋଲି ମଧ୍ୟ ପ୍ରଦୀପ ପ୍ରଶ୍ନ କରିଛନ୍ତି ।

ଓଡିଶାରେ କିଏ ମନା କରୁଛି ଚାଷୀଙ୍କୁ ଅଧିକ ଟଙ୍କା ଦେବାକୁ । ଛତିଶଗଡ ସରକାର ଓ ମଧ୍ୟପ୍ରଦେଶ ସରକାର ବୋନସ ଦେଉଛନ୍ତି । ବିଗତ ବର୍ଷ ଓ ପୂର୍ବ ସରକାର ଅପେକ୍ଷା ଏଇ 6 ବର୍ଷ ଭିତରେ ଅଧିକ ଏମଏସପି ବଢା ଯାଇଛି । ଆଠଗଡରେ ଚାଷୀ ମାନଙ୍କୁ ଋଣ ଦେବା ନାଁରେ ପ୍ରତାରଣା କରାଯାଇଛି । ନବୀନ ବାବୁ କେବଳ ସଂକଳ୍ପ ନେଇ ନିଜ କାମ ସାରି ଦେବାକୁ ବସିଛନ୍ତି ବୋଲି ପ୍ରଦୀପ ଦର୍ଶାଇଛନ୍ତି ।

ତେବେ ଓଡିଶାର 70 ଭାଗ ଚାଷୀ ଏ କଥାକୁ ବୁଝି ଗଲେଣି । ରାଜ୍ୟରେ ଚାଷୀଙ୍କୁ 500 ଟଙ୍କା ବୋନସ ଦିଆଯାଉ । ମୁଖ୍ୟମନ୍ତ୍ରୀଙ୍କର ଯଦି ଦରଦ ଅଛି ତେବେ ମଣ୍ଡିରେ କିଭଳି ଚାଷୀଙ୍କ ଧାନରେ କଟନି ଛଟନି ନହେବ ତାହାକୁ ପ୍ରଥମେ ଦେଖନ୍ତୁ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରୁଛି ମୁଖ୍ୟମନ୍ତ୍ରୀ ରାଜ୍ୟର କୌଣସି ଗୋଟିଏ ମଣ୍ଡିକୁ ଯାଆନ୍ତୁ, ଦେଖନ୍ତୁ କେମିତି ଚାଷୀ ମାନେ କଟନି ଛଟନିର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details