ଭୁବନେଶ୍ବର:କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଆରମ୍ଭ କରିଛି ଜନ ଆର୍ଶୀବାଦ ଯାତ୍ରା । ଏହି ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜନସାଧାରଣଙ୍କ ସହ ସିଧା ସମ୍ବାଦ କରିଛନ୍ତି । ତାକୁ ନେଇ ବିଜେପିକୁ ସମାଲୋଚନା କିରଛି କଂଗ୍ରେସ । ଜନସାଧାରଣଙ୍କ ପାଇଁ ବିଜେପି ଓ କେନ୍ଦ୍ର ସରକାର କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ।
ଜନ ଆର୍ଶୀବାଦ ଯାତ୍ରା ଶୁଖିଲା ପ୍ରଚାର: କଂଗ୍ରେସ
ବିଜେପିର ଜନ ଆର୍ଶୀବାଦ ଯାତ୍ରାକୁ କଂଗ୍ରେସର ଟାର୍ଗେଟ । ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର କହିଲେ କେବଳ ଶୁଖିଲା ରାଜନୀତି । ଅଧିକ ପଢନ୍ତୁ...
ଗଣେଶ୍ବର କହିଛନ୍ତି, ଯିଏ କାମ କରେ ସେ ଆର୍ଶୀବାଦ ମାଗେ । କିନ୍ତୁ ସେମିତି କିଛି ଜନମଙ୍ଗଳକାରୀ କାର୍ଯ୍ୟ କୋରୋନା କାଳରେ ହୋଇନାହିଁ । ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି, ଏଭଳି ଦୁର୍ଦ୍ଦିନରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଯେଉଁଭଳି ବୃଦ୍ଧି କରିଛନ୍ତି, ତାହା ଲୋକ କେମିତି ଭୁଲିଯିବେ ବୋଲି ଗଣେଶ୍ବର ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ନୀତି ଯୋଗୁ ଦରଦାମ ବଢିଛି, ଲୋକଙ୍କ ଅଣ୍ଟା ଭାଙ୍ଗିଛି । କେବଳ ଆର୍ଶୀବାଦ ଆଳରେ ଶସ୍ତା ପ୍ରଚାର କରୁଛି ବିଜେପି । ଏହାକୁ ଶୁଖିଲା ପ୍ରଚାର କହି କଟାକ୍ଷ କରିଛନ୍ତି ଗଣେଶ୍ବର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ