ଓଡିଶା

odisha

ETV Bharat / city

ହାରିବାରୁ ଶିଖୁଛି ବିଜେପି, ଏଥର ଉପନିର୍ବାଚନରେ ବିଜେଡି ପରାଜୟ ଶିଖିବ - ବ୍ରଜରାଜ ନଗର ଉପ-ନିର୍ବାଚନକୁ ନେଇ ସୁରେଶ ପୂଜାରୀଙ୍କ ଦମ୍ଭୋକ୍ତି

ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଚୟନ, ନିର୍ବାଚନୀ ଲଢେଇ ଓ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଆଜି ପ୍ରାର୍ଥୀ ଚୟନ ପାଇଁ ପ୍ରାଥମିକ ବୈଠକ ହୋଇଛି । ଅଧିକ ପଢନ୍ତୁ

ହାରିବାରୁ ଶିଖୁଛି ବିଜେପି , ଏଥର ଉପ-ନିର୍ବାଚନରେ ବିଜେଡିକୁ ଶିଖାଇବ ବିଜେପି
ହାରିବାରୁ ଶିଖୁଛି ବିଜେପି , ଏଥର ଉପ-ନିର୍ବାଚନରେ ବିଜେଡିକୁ ଶିଖାଇବ ବିଜେପି

By

Published : May 5, 2022, 9:52 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ନେଇ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ବସିଛି । ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଚୟନ, ନିର୍ବାଚନୀ ଲଢେଇ ଓ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଆଜି ପ୍ରାର୍ଥୀ ଚୟନ ପାଇଁ ପ୍ରାଥମିକ ବୈଠକ ହୋଇଛି । ପ୍ରାର୍ଥୀ ହେବା ପାଇଁ ଦଳରେ ସ୍ଵାଭାବିକ ଭାବେ ବହୁ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଏ ଯୋଗ୍ୟ ହେବେ, ସେନେଇ ବିଚାର ବିମର୍ଶ ଚାଲିଛି । ଯିଏ ସର୍ବୋତ୍ତମ ହେବେ, ଦଳ ଓ ସମାଜ ପାଇଁ ଯାହାର ପ୍ରତିବଦ୍ଧତା ଥିବ ସେଭଳି ପ୍ରାର୍ଥୀ ଚୟନ କରାଯିବ ବୋଲି ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

ହାରିବାରୁ ଶିଖୁଛି ବିଜେପି , ଏଥର ଉପ-ନିର୍ବାଚନରେ ବିଜେଡିକୁ ଶିଖାଇବ ବିଜେପି

ସେହିଭଳି ସୁରେଶ କହିଛନ୍ତି ପ୍ରାର୍ଥୀ ଚୂଡାନ୍ତ କରିବା ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦଳର 3 ଜଣ ପ୍ରତିନିଧି ବ୍ରଜରାଜନଗର ଯାଇଥିଲେ । ଗ୍ରାଉଣ୍ଡରୁ ମତାମତ ନେଇଛନ୍ତି । ବ୍ରଜରାଜନଗରରେ ସଙ୍ଗଠନ ମଜବୁତ ଅଛି । ଗତ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ଭୋଟ ମିଳିଥିଲା । ରାଧାରାଣୀ ପଣ୍ଡା ପୂର୍ବରୁ ନିର୍ବାଚନ ଲଢିଥିଲେ ହେଲେ ପରାଜୟ ହୋଇଥିଲା । ପୂର୍ବରୁ ବିଧାୟକ ମଧ୍ୟ ଥିଲେ । ତାଙ୍କର ମହତକାଂକ୍ଷା ନିଶ୍ଚିତ ଭାବେ ନିର୍ବାଚନ ଲଢିବା ପାଇଁ ରହିବ । ଆଶାୟୀ ମାନଙ୍କ ମଧ୍ୟରେ ସେ ଅଛନ୍ତି ଏବଂ ଅନ୍ୟ ମାନେ ମଧ୍ୟ ଅଛନ୍ତି । ଆମେ ପ୍ରୟାସ କରୁଛୁ, ସମସ୍ତଙ୍କ ମଧ୍ୟରେ ସହମତିଭିତ୍ତିରେ ପ୍ରାର୍ଥୀ ଦେବୁ ।

ସେହିପରି ସାଂସଦ ସୁରେଶ କହିଛନ୍ତି ଆମେ ସମସ୍ତଙ୍କୁ ନେଇ ନିର୍ବାଚନ ଲଢିବୁ । ମୋର ଵ୍ୟକ୍ତି ନୁହେଁ, ଦଳ ଉପରେ ଅଧିକ ଦୁର୍ବଳତା ରହିଛି । ଦଳ ନିର୍ବାଚନ ଲଢିବ, ଵ୍ୟକ୍ତି ସାଙ୍କେତିକ ମାତ୍ର । ଆଶାୟୀ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ପଠାଯିବ । ସେମାନେ ପ୍ରାର୍ଥୀ ଚୂଡାନ୍ତ କରିବେ । ଯୁଦ୍ଧ ନହେଲେ ମଧ୍ୟ ସୈନ୍ୟ ବାହିନୀ ସବୁବେଳେ ପ୍ରସ୍ତୁତଥାନ୍ତି । ସେଭଳି ରାଜନୈତିକ ଦଳ ମାନେ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ବିଜେପି ମଧ୍ୟ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ହାରିବାରୁ ଶିଖୁଛି ବିଜେପି । ଏଥର ଉପ ନିର୍ବାଚନରେ ବିଜେଡିକୁ ଶିଖାଇବ ବିଜେପି ବୋଲି ସୁରେଶ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details