ଓଡିଶା

odisha

ETV Bharat / city

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: BJD - ସାମ୍ବାଦିକ ସମ୍ମିଳନୀରେ ବିଜେପିଙ୍କୁ ଟାର୍ଗେଟ କଲା ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପରାଜୟ ହେବ ବୋଲି କହିଛି ବିଜେଡ଼ି । ଅଧିକ ପଢନ୍ତୁ

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: BJD
ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: BJD

By

Published : Feb 25, 2022, 7:27 PM IST

ଭୁବନେଶ୍ବର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ ବ୍ୟବଧାନରେ ପରାଜୟ ବରଣ କରିବ ବିଜେପି । ଏହା ଜାଣିବା ପରେ ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି । ମନୋବଳ ଭାଙ୍ଗି ଯାଇଥିବା କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି଼ ପ୍ରବକ୍ତା ସୁଲତା ଦେଓ ।

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: BJD

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି଼ ପ୍ରବକ୍ତା ସୁଲତା ଦେଓ କହିଛନ୍ତି ଯେ, ଓଡିଶା ବିଜେପି ସଭାପତିଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା । ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଲୋକ ଏକ ସ୍ବରରେ ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ଓଡିଶା ଲୋକ ଜାଣିଛନ୍ତି କିଏ କାମ କରୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details