ଭୁବନେଶ୍ବର: ରାଜ୍ୟରେ ସୁଶାସନ ନୁହେଁ କୁଶାସନ ଚାଲିଛି । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ଦଳର ନେତାମାନେ ଦୁର୍ନୀତିରେ ଜଡିତ ରହୁଛନ୍ତି । ଏପରି ଅନେକ ଅଭିଯୋଗ କରି ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପରୀରୁ ଆରମ୍ଭ କରି ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ସେ ।
ରାଜ୍ୟ ବିଜେପି ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ପ୍ରଥମ କରି ଓଡିଶା ଗସ୍ତରେ ଆସିଛନ୍ତି ଡି. ପୁରନ୍ଦେଶ୍ଵରୀ । ଏହି ଗସ୍ତରେ ସେ ପରୀ ପରିବାରକୁ ଭେଟିବା ସହ ଦଳର ପଦାଧିକାରୀ ଓ ନେତାଙ୍କ ସହିତ ବୈଠକ କରିଛନ୍ତି । ଏହାପରେ ଆଜି(ଶନିବାର) ସେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଗୁଣଗାନ କରିବା ସହ ରାଜ୍ୟର ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ।
ବିଜେଡି ଯାହା ନିର୍ବାଚନ ସମୟରେ କୁହେ, ତାହା କରେନି । ପକ୍କାଘର ପାଇଁ ପ୍ରତିଶ୍ରୁତି ଦେଇଥିଲେ। 2ଲକ୍ଷ ଘର, ଏଯାଏ ଗାଁରେ ପକ୍କା ଘର ହୋଇପାରିନି ବୋଲି ସେ କହିଛନ୍ତି । ସେହିପରି ଆୟୁଷ୍ମାନ ଯୋଜନାକୁ କାହିଁକି ଲାଗୁ କରୁନାହାଁନ୍ତି। ଆପଣ କଣ ଚାହୁଁନାହାନ୍ତି ଓଡିଶାବାସୀ ଏହା ଦ୍ବାରା ଉପକୃତ ହୁଅନ୍ତୁ ବୋଲି ପୁରେନ୍ଦଶ୍ବରୀ ପ୍ରଶ୍ନ କରିଛନ୍ତି ?
ପାନୀୟ ଜଳ ସବୁ ଲୋକଙ୍କ ପାଖରେ ପହଞ୍ଚିନି। ଚାଷୀଙ୍କ ପାଇଁ କାଳିଆ ଯୋଜନା ଆସିଲା । 6ହଜାର କେନ୍ଦ୍ର ଦେଉଛି 4ହଜାର ରାଜ୍ୟ ଦେବା କଥା କିନ୍ତୁ ମିଳିନି। ବର୍ଷକୁ 10ଲକ୍ଷ ହେକ୍ଟର ଜଳସେଚନ କରିବାକୁ କହିଥିଲେ। କେତେ କରିଛନ୍ତି କୁହନ୍ତୁ ବୋଲି ସିଧାସଳଖ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ ।