ଓଡିଶା

odisha

ETV Bharat / city

BJPର ସଙ୍ଗୀନ ଅଭିଯୋଗ, ଚାଷୀ ଓ ଚାଷ ପାଇଁ ଆସୁଥିବା କେନ୍ଦ୍ରୀୟ ସହାୟତା ଅର୍ଥ ଚଳୁ - ଓଡିଶା କୃଷି ବିଭାଗରେ ଘୋଟାଲା

ଚାଷୀ ଓ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଆସୁଥିବା ସହାୟତା ଟଙ୍କା ୨ଶହ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଅବିନାଶ ଦାଶ । ସମ୍ପୂର୍ଣ୍ଣ ଭାବେ କୃଷି ବିଭାଗ ଓ ମନ୍ତ୍ରୀଙ୍କ ଅଫିସକୁ ସେ ନିୟନ୍ତ୍ରଣ କରୁଥିବା ଅଭିଯୋଗ କରିଛି BJP । ଅଧିକ ପଢନ୍ତୁ

BJP holds press meet alleging big scam by odisha agricultural department
BJPର ସଙ୍ଗୀନ ଅଭିଯୋଗ, ଚାଷୀ ଓ ଚାଷ ପାଇଁ ଆସୁଥିବା କେନ୍ଦ୍ରୀୟ ସହାୟତା ଅର୍ଥ ଚଳୁ

By

Published : Dec 28, 2021, 10:34 PM IST

ଭୁବନେଶ୍ବର:କୃଷି ବିଭାଗର ଘୋଟାଲାକୁ ନେଇ ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀ । ଚାଷୀ ଓ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଆସୁଥିବା ସହାୟତା ଟଙ୍କା ୨ଶହ କୋଟି ଟଙ୍କା ଚଳୁ କରିଦେଇଛନ୍ତି ଅବିନାଶ ଦାଶ । ସମ୍ପୂର୍ଣ୍ଣ ଭାବେ କୃଷି ବିଭାଗ ଓ ମନ୍ତ୍ରୀଙ୍କ ଅଫିସକୁ ସେ ନିୟନ୍ତ୍ରଣ କରୁଥିବା ଅଭିଯୋଗ କରିଛି BJP । ଏଥିସହ କୃଷି ମନ୍ତ୍ରୀ ଓ କୃଷି ସଚିବଙ୍କ ଭାଗ କେତେ ବୋଲି ଦଳ ପ୍ରଶ୍ନ କରିଛି ?

BJPର ସଙ୍ଗୀନ ଅଭିଯୋଗ, ଚାଷୀ ଓ ଚାଷ ପାଇଁ ଆସୁଥିବା କେନ୍ଦ୍ରୀୟ ସହାୟତା ଅର୍ଥ ଚଳୁ

ଅବିନାଶ ଦାଶ କିଏ ? କୃଷିମନ୍ତ୍ରୀଙ୍କୁ ଓ କୃଷି ସଚିବଙ୍କୁ ପ୍ରଶ୍ନ କରିଛି ଦଳ ? ପ୍ରଦୀପ ପୁରୋହିତ କହିଛନ୍ତି ଠିକଣା ନଥିବା ସଂସ୍ଥାକୁ ଅହେତୁକ ଅନୁକମ୍ପା ପଛରେ ଦୁର୍ନୀତି ହିଁ ମୂଳ ଉଦ୍ଦେଶ୍ୟ । କୃଷି ମନ୍ତ୍ରୀଙ୍କ ଦପ୍ତର ଓ କୃଷି ବିଭାଗକୁ ପ୍ରଭାବିତ କରି ଶହ ଶହ କୋଟି ଟଙ୍କାର କାରବାର କରୁଥିବା ଅବିନାଶ ଦାଶ କିଏ ? ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବି ସହ ଆନ୍ଦୋଳନ କରିବ BJP କୃଷକ ମୋର୍ଚ୍ଚା ।

କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ଵଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧୀନରେ ଏବଂ ବିଭିନ୍ନ ସ୍କିମ ଯଥା BGREI, NFSM, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, TRAFA ଆଦି ଯୋଜନାରେ ବ୍ୟାପକ କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସୁଛି । କିନ୍ତୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋର ରାଜ୍ୟ ସରକାର ଚାଷୀକୁଳଙ୍କ ସ୍ବାର୍ଥ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଚଞ୍ଚକତା କରି ହଡପ୍ କରୁଛନ୍ତି । କୃଷି ବିଭାଗରେ ଦୁର୍ନୀତିର ଚେର ବହୁ ଲମ୍ବା ହୋଇସାରିଛି ଏବଂ ତଳରୁ ଉପରୁ ପର୍ଯ୍ୟନ୍ତ ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: କାଗକ କଲମରେ ଚାଲିଛି ଗରିବୀର ସଂଜ୍ଞା: ନିରଞ୍ଜନ

ପ୍ରଥମତଃ, ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ସିଡ୍ ନେଟ୍‌ ଯୋଗାଣରେ ୧୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ କରାଯାଇଥିଲା । ପରେ ପୁଣି ଏହାକୁ ରାୟପୁରସ୍ଥିତ ବ୍ରଳବାସୀ ପ୍ଲାଷ୍ଟିକ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୭ କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଗଲା । ଯୋଗାଣ କରିଥିବା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନର ୧୦ କୋଟି ଟଙ୍କାର ଅର୍ଡରକୁ ଭାଙ୍ଗି କିପରି ଦ୍ରକବାସୀ ପ୍ଲାଷ୍ଟିକ କମ୍ପାନୀକୁ ଅଗ୍ରୀମ ଟଙ୍କା ଦେଲେ କୃଷି ବିଭାଗ ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି |

କୃଷି ବିଭାଗକୁ ବହି, କୀଟନାଶକ, ଜିଆ, ଘାସମରା ଔଷଧ , ବାରା, ଚାଷୀଙ୍କ ଜରିଆରେ ପମ୍ପ୍‌ସେଟ ଆଦି ଯୋଗାଇବା ଏବଂ କୃଷି ରଥ ଚଳାଇବାରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା BJP ଅଭିଯୋଗ କରିଛି । ସେହିପରି ସରକାରୀ ପ୍ରେସରେ ମୁଦ୍ରିତ ‘ଡାଲି ଜାତୀୟ ଫସଲ ଚାଷ କୌଶଳ’ ପୁସ୍ତକକୁ ୩୧ ଟଙ୍କାରେ ନକିଣି ଠିକଣା ନଥିବା ସୋନାଲୀ କ୍ରିଏସନ, ଭୁବନେଶ୍ଵର ଦ୍ଵାରା ମୁଦ୍ରିତ ହୋଇଥିବା ନିମ୍ନମାନର ସେହି ବହିକୁ ୬୦ ଟଙ୍କା ଦରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନେ କିଣିବାକୁ ନେଇ ସାଧାରଣରେ ବିରାଟ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details