ଓଡିଶା

odisha

ETV Bharat / city

Justice For Mamita: ବିଜେପିର ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ...

Justice For Mamita: ବିଜେପିର ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ
Justice For Mamita: ବିଜେପିର ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ

By

Published : Nov 11, 2021, 9:48 PM IST

ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ପୋଲିସ ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଓ ବରିଷ୍ଠ ଆଇନଜୀବୀ ତଥା ବିଜେପି ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଥିଲା ।

Justice For Mamita: ବିଜେପିର ବୁଦ୍ଧିଜୀବୀ ସାମ୍ବାଦିକ ସମ୍ମିଳନୀ

ପୋଲିସ ବିଭାଗର ମୁଖ୍ୟ ଇସ୍ତଫା ନଦେଲେ ତଦନ୍ତ ଦିଗହରା ହେବ । ତଦନ୍ତ ନିରପେକ୍ଷ ହେଉନାହିଁ । ରାଜ୍ୟ ମୁଖିଆ ନାରୀ ସମ୍ମାନ ଉପରେ ଗୁରୁତ୍ୱ ଦେଉଥିବା ବେଳେ କଣ ପାଇଁ ନାରୀ ପ୍ରତି ଏପରି ଅସମ୍ମାନ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେପି । କ୍ୟାପଟେନ ଦିବ୍ଯଶଙ୍କର ମିଶ୍ର କହିଥିଲେ ଯଦି ବିରୋଧୀ ଦଳ ପାଖରେ ତାଙ୍କ ବିରୋଧରେ କିଛି ପ୍ରମାଣ ରହିଛି ତେବେ ତାହାକୁ କୋର୍ଟରେ ପରିବେଷଣ କରାଯାଉ । ତେବେ ପୋଲିସ ହେଉଛି ତଦନ୍ତ ଅଧିକାରୀ । କିନ୍ତୁ ଯେହେତୁ ମନ୍ତ୍ରୀଙ୍କ ପୋଲିସ ଚାପରେ ରହିଛି ତେଣୁ ତଦନ୍ତ ଠିକ ଦିଗରେ ହେବନାହିଁ ଆଉ କୌଣସି ପ୍ରମାଣ ମଧ୍ୟ ମିଳିବ ନାହିଁ । ତେଣୁ ଭାରତୀୟ ଜନତା ପାର୍ଟିକୁ ତଦନ୍ତକାରୀ ଅଧିକାରୀ ଭାବରେ ଘୋଷଣା କରାଯାଉ ବୋଲି ବିଜେପି କଟାକ୍ଷ କରିଛି ।

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଦାବି କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମମିତାକୁ ନ୍ୟାୟ ନେଇ ଏକ ଗୀତ ପରିବେଷଣ କରାଯାଇଥିଲା । ଏହାକୁ ଲୋକାର୍ପଣ କରିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଯେପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହେଇନାହିଁ ସେପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ମମିତା ମେହାର ହତ୍ୟାକାଣ୍ଡ ନେଇ ନିଜ ମତ ରଖିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details