ଓଡିଶା

odisha

ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟାଇବା ପ୍ରସଙ୍ଗରେ ବର୍ଷିଲା ବିଜେପି - prithivraj harichandan

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟ କରିବା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟାଇବା ପ୍ରସଙ୍ଗରେ ବର୍ଷିଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟାଇବା ପ୍ରସଙ୍ଗରେ ବର୍ଷିଲା ବିଜେପି

By

Published : Dec 30, 2020, 3:18 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟ କରିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। କହିଲେ ସରକାର ଭାବି ଚିନ୍ତି ନିଷ୍ପତ୍ତି ନେବା ଉଚିତ । କେନ୍ଦ୍ର ସରକାରଙ୍କ ନୋମେନ କ୍ଲେଚର ପରିବର୍ତ୍ତନ କରିବାର ନିୟମ ନାହିଁ । ଯେଉଁ ଅଧିକାରୀମାନେ ଗାଁକୁ ଯାଉଛନ୍ତି ଲୋଗୋ ଲଗାଇବା ପାଇଁ ତାଙ୍କୁ ଗାଁ ଲୋକ ଫେରାଇ ଦେଉଛନ୍ତି । ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଅନ୍ତୁ ବୋଲି ଦାବି କରୁଛି ବିଜେପି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋଗୋ ଛୋଟାଇବା ପ୍ରସଙ୍ଗରେ ବର୍ଷିଲା ବିଜେପି
ସରକାର ଅଧାକଥା ଶୁଣି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିଠି ଅନୁସାରେ ବିଜୁ ବାବୁଙ୍କ ସ୍ବପ୍ନ କଥା ମିଥ୍ୟା । ଚିଠିକୁ ସରକାର ପ୍ରତ୍ୟାହାର କରନ୍ତୁ। ଯେଉଁ ଆବେଦନ ପତ୍ର ଆସିଛି, ସରକାର ସେଗୁଡିକୁ ଗୁରୁତର ସହ ନେଇ ଘର ଯୋଗାଇ ଦିଅନ୍ତୁ ।ସରକାର ଷ୍ଟିକର ଲଗାଇବା ପାଇଁ 10 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ପୁଣି ନୂଆ ଲୋଗୋ ଲଗାଯିବ। ଯେଉଁ 10 କୋଟି ଟଙ୍କା କ୍ଷତି ହେବ ତାକୁ କିଏ ଭରଣା କରିବ ସରକାର ଉତ୍ତର ଦେବେ କି ? ଯୋଜନା ହଡପ ପାଇଁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଯେ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ଯୋଗାଇ ନାହାନ୍ତି ସେ ପର୍ଯ୍ୟନ୍ତ ବିଜେପିର ଲଢେଇ ଜାରି ରହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details