ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(Pradhan Mantri Awas Yojana) ପ୍ରକୃତ ହିତାଧିକାରୀ ଚୟନ କରିବାରେ ରାଜ୍ୟ ସରକାର ବିଫଳ। କିନ୍ତୁ କେନ୍ଦ୍ର ଘର ଦେଉନାହିଁ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓଡିଶାରେ ଥିବା ବିଜେଡି ସରକାର । ସାମ୍ବାଦିକ ସମ୍ମିଳନୀରେ BJP press meet) ଏଭଳି କହିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ସେ କହିଛନ୍ତି ଯେ, ଓଡିଶାବାସୀଙ୍କ ପାଇଁ ଓଡିଶା ସରକାରଙ୍କ ହୃଦୟ କମ କାନ୍ଦୁଛି । କେବଳ ଭୋଟ ନେବା ଜାଣନ୍ତି ଶାସକ ଦଳ । ମୁଖ୍ୟମନ୍ତ୍ରୀ ହକି ଖେଳ ତଥା ଅନ୍ୟ ଜାଗାକୁ ଯାଉଛନ୍ତି କିନ୍ତୁ ବିଧାନସଭାକୁ ଯାଉନାହାନ୍ତି । ଆବାସ ପୋର୍ଟାଲ ଖୋଲିବା ପାଇଁ ବିଜେଡିର ଦାବି ହେଉଛି । ଏହା ହେଉଛି ବିଜେଡ଼ିର ଚୋରି ଉପରେ ସିନାଜୋରି । ଆବାସ ପାଇଁ ସମୟ ସୀମା ଚାରି ଥର ବୃଦ୍ଧି କରାଗଲା । ସେତେବେଳେ କିଏ ମନା କରିଥିଲା ଲୋକଙ୍କ ନାଁ ଦେବା ପାଇଁ ? କାଳେ ପ୍ରଧାନମନ୍ତ୍ରୀ ନାଁ ନେଇଯିବେ ସେଥିପାଇଁ ଭୋଟ ଚିନ୍ତାରେ ଗରିବଙ୍କ ଅଧିକାରକୁ ଅଣଦେଖା କଲେ ଓଡିଶା ସରକାର । ୧୬ ଜିଲ୍ଲାର ୬.୭ ଲକ୍ଷ ଲୋକଙ୍କ ନାଁ ପୁରେଇ ଦେଲେନି । ଆଉ ଏବେ ନିର୍ବାଚନ ଆସୁଥିବାରୁ ପୁଣି ଆବାସ ଯୋଜନା ପ୍ରସଙ୍ଗ ଉଠାଉଛନ୍ତି ।