ଓଡିଶା

odisha

ETV Bharat / city

ଓଡିଶାରେ ବିଜେଡି କରୁଛି ପଶ୍ଚିମବଙ୍ଗ ରାଜନୀତି: ଗୋଲକ ମହାପାତ୍ର - Salepur BJP leader murder case

ଓଡିଶାରେ ବିଜୁ ଜନତା ଦଳ ପଶ୍ଚିମବଙ୍ଗ ଭଳି ରାଜନୀତି ଆରମ୍ଭ କରିଛି । ଯେଉଁଭଳି ପଶ୍ଚିମବଙ୍ଗରେ ମମତା ସରକାରଙ୍କ ବିରୋଧରେ କିଏ ସ୍ବର ଉତ୍ତୋଳନ କଲେ, ତାଙ୍କୁ ହତ୍ୟା କରାଯାଉଛି । ଓଡିଶାରେ ମଧ୍ୟ ବିଜେଡି ଶାସନ ଚାଲିଛି ବୋଲି ନିଜ ପ୍ରେସମିଟରେ କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଓଡିଶାରେ ବିଜେଡି କରୁଛି ପଶ୍ଚିମବଙ୍ଗ ରାଜନୀତି
ଓଡିଶାରେ ବିଜେଡି କରୁଛି ପଶ୍ଚିମବଙ୍ଗ ରାଜନୀତି

By

Published : Jan 3, 2021, 2:32 PM IST

ଭୁବନେଶ୍ବର: କଟକ ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାଣ୍ଡ ଘଟଣାରେ ଶାସକ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି । ଓଡିଶାରେ ବିଜୁ ଜନତା ଦଳ ପଶ୍ଚିମବଙ୍ଗ ଭଳି ରାଜନୀତି ଆରମ୍ଭ କରିଛି । ଯେଉଁଭଳି ପଶ୍ଚିମବଙ୍ଗରେ ମମତା ସରକାରଙ୍କ ବିରୋଧରେ କିଏ ସ୍ବର ଉତ୍ତୋଳନ କଲେ, ତାଙ୍କୁ ହତ୍ୟା କରାଯାଉଛି । ଠିକ ସେହିଭଳି ଭାବେ ଓଡିଶାରେ ମଧ୍ୟ ବିଜେଡି ଶାସନ ଚାଲିଛି ବୋଲି ନିଜ ପ୍ରେସମିଟରେ କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଓଡିଶାରେ ବିଜେଡି କରୁଛି ପଶ୍ଚିମବଙ୍ଗ ରାଜନୀତି

ବିଜେଡ଼ି ଏଠାରେ ପଶ୍ଚିମବଙ୍ଗ ଭଳି ଶାସନ କରୁଛି। ନୃତ୍ତାଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ହେଉଥିବା କଥା ଉଠାଇବାରୁ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ଏହାସହ ଏହି ଘଟଣାକୁ ଘୃଣ୍ୟ ଓ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ।

ଏହାବାଦ୍ 2018 ମସିହାରେ ଆମ ଦଳର ବିକାଶ ଜେନାଙ୍କୁ ହତ୍ୟା କରାଗଲା।ଯାହାର ଏଯାଏଁ ହତ୍ୟାକାରୀ ଗିରଫ ହୋଇନାହାନ୍ତି କାହିଁକି ବୋଲି ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ମନ୍ତ୍ରୀ କହୁଛନ୍ତି, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାଲେ ଏହାର ନିରପେକ୍ଷ ତଦନ୍ତ କରାଯାଉ।

ଆଗାମୀ ଦିନରେ ବିଜେପି ପ୍ରତ୍ୟେକ ଗାଁରେ କେଉଁ ଧନୀବ ବିଜୁ ଜନତା ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି ଓ ପ୍ରକୃତ ହିତାଧିକାରୀଙ୍କୁ ମିଳିନାହିଁ । ସେନେଇ ଆମେ ସର୍ଭେ କରିବୁ । ଆଉ ଯଦି ଏହା ବିରୋଧରେ ବିଜେପି ନେତା ସ୍ବର ଉଠାଉଛନ୍ତି । ତାଙ୍କୁ ହତ୍ୟା କରୁଛନ୍ତି ବୋଲି ଗୋଲକ ମହାପାତ୍ର କହିଛନ୍ତି । ତେଣୁ ଯଦି ଆଗାମୀ ଦିନରେ ଏହାର ନିରପେକ୍ଷ ତଦନ୍ତ କରାନଯାଏ, ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବୁ ବୋଲି ଚେତାବନୀ ଦେଇଛି ବିଜେପି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details