ଓଡିଶା

odisha

ବିଜେପୁରରେ ସବୁ ଶକ୍ତି ଲଗାଇ ନିର୍ବାଚନ ଲଢିବ ବିଜେପି: ପ୍ରତାପ ଷଡଙ୍ଗୀ

ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନକରି ଭୁଲ କରିଛନ୍ତି । ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ନବୀନ ।

By

Published : Sep 22, 2019, 8:38 PM IST

Published : Sep 22, 2019, 8:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବେନେଶ୍ବର: ବିଜେପୁର ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତ । କୌଣସି ମ୍ୟାଚ ଫିକ୍ସିଙ୍ଗ ଗେମ ହେବ ନାହିଁ ଜୋରଦାର ଲଢେଇ ହେବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିବା ପରେ ଆଜି ଉପ-ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମନ୍ତ୍ରୀ କହିଛନ୍ତି ସରକାରୀ ଦଳ ସହ ଲଢେଇ କରିବା ପାଇଁ ପ୍ରସଙ୍ଗର ଅଭାବ ନାହିଁ । ବିଜେପୁର ଉପ-ନିର୍ବାଚନ ପାଇଁ ଦଳ ସବୁ ଶକ୍ତି ଲଗାଇ ଲଢିବ । ସରକାରଙ୍କ ବିରୋଧରେ ସ୍ଥାନୀୟ ପ୍ରସଙ୍ଗ ସହ ରାଜ୍ୟର ବହୁ ସମସ୍ୟାକୁ ଉତ୍ଥାପନ କରାଯିବ । ପ୍ରତାପ ଆହୁରି କହିଛନ୍ତି ଏହି ସମୟରେ ରାଜ୍ୟ ଅନେକ ସମସ୍ୟା ଦେଇ ଗତି କରୁଛି । ଜମିକୁ ଜଳ ନାହିଁ, ସ୍କୁଲରେ ଶିକ୍ଷକ ନାହାଁନ୍ତି । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ରାଜ୍ୟର ସୀମା ସୁରକ୍ଷିତ ନୁହେଁ ।

ଖାଲି ଏତିକି ନୁହେଁ ନବୀନ ପଟ୍ଟନାୟକ ଲୋକଙ୍କ ବିରୋଧୀ । ଆୟୁଷ୍ମାନ ଯୋଜନାକୁ କାହିଁକି କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details