ଭୁବନେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଗୋଟିଏ ଦିନ ଉପବାସ କଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନେକ ନେତା ଉପବାସ କରି ପ୍ରତିବାଦ କରିଛନ୍ତି ।
ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମମତା ବାନାର୍ଜୀଙ୍କ ପ୍ରରୋଚନାରେ ଏଭଳି ହିଂସା ହେବା ନିନ୍ଦନୀୟ ବୋଲି କହିଛନ୍ତି ସମୀର। ସେହିପରି କଂଗ୍ରେସ, ଏନସିପି, ବାମପନ୍ଥୀ ଭଳି ବିରୋଧୀ ଦଳ ଯେଉଁମାନେ ଅସହିଁଷ୍ଣୁର କଥା କହି ଗଣମାଧ୍ୟମ ସାମ୍ନାକୁ ଆସିଥାନ୍ତି ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ସମୀର ।