ଭୁବନେଶ୍ବର:ସରକାରୀ ତଥ୍ୟରେ ରହୁନି ତାଳମେଳ । ସରକାର ଓ ଗ୍ରାଉଣ୍ଡ ଲେବୁଲ ଅଧିକାରୀଙ୍କ କଥାରେ ରହୁଛି ମତପାର୍ଥକ୍ୟ । ରାଜ୍ୟବାସୀଙ୍କୁ ମିଳିପାରୁନି ଶିମିଳିପାଳ ବାବଦରେ ସଠିକ ତଥ୍ୟ । ଅନ୍ଧାରରେ ଶିମିଳିପାଳର ଭାଗ୍ୟ ଭବିଷ୍ୟତ । ଗ୍ରାଉଣ୍ଡ ସ୍ଥିତିର ସମୀକ୍ଷା ଲାଗି ଶିମିଳିପାଳ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।
ତେଜିଲା ଜଙ୍ଗଲ ନିଆଁ ରାଜନୀତି । ସରକାର ଓ ସରକାରୀ ତଥ୍ୟକୁ ନେଇ ସନ୍ଦେହ କରୁଛି ବିଜେପି । ତେଣୁ ଆଜି କ୍ଷେତ୍ର ପରିଦର୍ଶନରେ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଶିମିଳିପାଳ ଗଲା 13 ଜଣିଆ ବିଧାୟକ ଟିମ । ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ଓ ବନ୍ୟ ଜନ୍ତୁ କେତେ ପରିମାଣରେ ପ୍ରଭାବିତ ହୋଇଛନ୍ତି, ଏହାର ଗ୍ରାଉଙ୍ଗ ଜିରୋରୁ ତଥ୍ୟ ସଂଗ୍ରହ କରିବ ଏହି ଟିମ । ଦିନ ତମାମ ଶିମିଳିପାଳର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବ ଦଳ । ସ୍ଥିତି ଅନୁଧ୍ୟାନ ସହ ରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିବ ଦଳ । ଶିମିଳିପାଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବ ଦଳ । ସ୍ଥାନୀୟ ସରକାରୀ ଅଧିକାରୀ ସହ ବିଚାର ବିମର୍ଶ କରିବ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ବିଧାନସଭାରେ ଓ ବାହାରେ ସରକାରଙ୍କୁ ଘେରିବ ଦଳ ।