ଭୁବନେଶ୍ବର:ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ନିଶ୍ଚିତ ଭାବେ ଆଦିବାସୀ ମାନଙ୍କର ବିକାଶ ଦିଗରେ ନୂତନ ଦିଗନ୍ତ ସୃଷ୍ଟି କରିବ । ଆଉ ଏହି କାର୍ଯ୍ୟକାରିଣୀ ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଦୀର୍ଘ 22 ବର୍ଷର ଶାସନ ଭିତରେ ଓଡିଶାରେ କାହିଁକି ଆଦିବାସୀ ମାନଙ୍କର ଦୃଷ୍ଟାନ୍ତମୂଳକ ବିକାଶ ହୋଇନାହିଁ । ଯେଉଁ ରାଜ୍ୟରେ 23 ପ୍ରତିଶତ ଆଦିବାସୀ ଅଛନ୍ତି ଓ 62 ପ୍ରକାର ଜନଜାତି ବାସ କରୁଛନ୍ତି ଏବଂ 13 ପ୍ରକାର ଆଦିମ ଜନଜାତି ଅଛନ୍ତି ।
ଆଉ ଏମାନଙ୍କ ବିକାଶ ସହ 22 ବର୍ଷର ବିଜେଡ଼ି ଶାସନକୁ ତୁଳନା କଲେ ସବୁଠାରୁ ବଡ଼ ନମୂନା ହେଉଛି, 34ଟି ବିଧାନସଭା କ୍ଷେତ୍ରରେ ବିଧାୟକ ମାନେ ନିର୍ବାଚିତ ହେଉଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବର୍ଷ ଗୋଟିଏ ସିଟ ବାଦ୍ ପଡିଛି । 33ଟି ସିଟରେ ଲଢେଇ ହେଉଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁ ଟିଏସପି ଅଞ୍ଚଳରେ ପିଏଲସି କମିଟି ବର୍ଷକୁ 4 ଥର ଲେଖାଏଁ ବୈଠକ ବସିବା କଥା ତାହା ବସୁନାହିଁ । ତେବେ ଟିଏସପି କମିଟିର ସଭାପତି ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବିଜେପି ଏସଟି ମୋର୍ଚ୍ଚାର କାର୍ଯ୍ୟକାରିଣୀ ଉଦବେଗ ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ଓଡିଶାରେ ମିଳୁଥିବା 54 ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଏମଏସପି ଲାଗୁ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଓଡିଶାରେ ପେସା ଆଇନ ଲାଗୁ କରୁ ନଥିବାରୁ ପଞ୍ଚାୟତ ସ୍ତରରେ ଆଦିବାସୀ ଲୋକ ମାନେ ସଂଗ୍ରହ କରୁଥିବା ବନଜାତ ଦ୍ରବ୍ୟ ଗୁଡ଼ିକ କମ ଦରରେ ବିକ୍ରି କରୁଛନ୍ତି ।
ସେପଟେ ଓଡିଶାରେ ଥିବା ଖଣି ଅଞ୍ଚଳରେ ଏମଏମଡିଆର ଆକ୍ଟ ଅନୁସାରେ ଯାହା ଲାଭ ହେଉଛି ତାହାର 70ରୁ 80 ପ୍ରତିଶତ ଅଞ୍ଚଳର ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବା କଥା କିନ୍ତୁ ସେଠାରେ କାମ ହେଉନାହିଁ । ସେଠାକାର ପ୍ରତିନିଧି ତଥା ବିଧାୟକ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସରପଞ୍ଚ ଅଛନ୍ତି ସେମାନେ ତାଙ୍କର ଅଧିକାରକୁ ବାଦ୍ ଦେଉଛନ୍ତି । ଯାହାକି ପେସା ଆକ୍ଟକୁ ବିରୋଧ କରୁଛି । ଓଡିଶାରେ ମଧ୍ୟ ଏଭଳି ଚାଲୁଥିବା ନେଇ ସୂଚନା ମିଳିଛି । ତେବେ ସମସ୍ତ ଟିଏସପି ଅଞ୍ଛଳରେ ପେସା ଆକ୍ଟ ଅନୁସାରେ ଗ୍ରାମସଭା ହେବା କଥା । ଆଉ ଗ୍ରାମସଭା ଗୋଟିଏ ଵ୍ୟକ୍ତି ଠାରୁ ଆରମ୍ଭ କରି ଗାଁ ଓ ପଞ୍ଚାୟତର ବିକାଶ ବିଷୟରେ ଆଲୋଚନା ହେବା କଥା । କିନ୍ତୁ ପେସା ଆକ୍ଟ ଲାଗୁ ନହେବା ଫଳରେ ଏମଡିଆର ଆକ୍ଟ ହେଉ କି ଯାହା ବି ବ୍ୟବସ୍ଥା ଅଛି ତାହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନାହିଁ । ଜଙ୍ଗଲ ଅଧିକାର ଆଇନରେ ଯେତିକି ଆଦିବାସୀଙ୍କୁ ପଟ୍ଟା ମିଳିବା କଥା ମିଳିନାହିଁ । କିଛି ଲୋକଙ୍କୁ ପଟ୍ଟା ମିଳିଥିବା ବେଳେ ଆଉ କିଛି ଲୋକଙ୍କୁ ତାଲିକାଭୁକ୍ତ କରାଯିବା ସତ୍ବେ ପଟ୍ଟା ମିଳୁନାହିଁ ।