୨ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି - ବିଜେପି ଜିଲ୍ଲା ସଭାପତି
17:34 June 02
୨ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି
ଭୁବନେଶ୍ବର: ବହୁ ଦିନର ଅପେକ୍ଷା ପରେ ରାଜ୍ୟର 2 ସାଙ୍ଗଠନିକ ଜିଲ୍ଲା ସଭାପତି ଘୋଷଣା କରିଛି ବିଜେପି । ଭୁବନେଶ୍ୱର ବିଜେପି ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ବାବୁ ସିଂଙ୍କୁ ନିଯୁକ୍ତ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାର ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତିଙ୍କୁ ଦାୟିତ୍ବ ମିଳିଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ଦୁଇ ଜଣଙ୍କୁ ଜିଲ୍ଲା ସଭାପତିଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ।
ପୂର୍ବରୁ ୩୪ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିବାଦ ଯୋଗୁଁ ଭୁବନେଶ୍ବର ଓ କଳାହାଣ୍ଡିକୁ ନେଇ ଲାଗି ରହିଥିଲା ସସପେନ୍ସ । ଏହି ଦୁଇଟି ସାଙ୍ଗଠନିକ ଜିଲ୍ଲାର ସଭାପତି କିଏ ହେବ, ଏନେଇ ଛିଡି ପାରୁନଥିଲା ଅଙ୍କ । ହେଲେ ରାଜ୍ୟ ବିଜେପି ପକ୍ଷରୁ ଏହି ଦୁଇ ନାମ ଘୋଷଣା ହେବା ପରେ ଦଳରେ ଦ୍ବନ୍ଦକୁ ନେଇ ଲାଗି ରହିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ