ଭୁବନେଶ୍ବର:ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କମିଶନ ମ୍ୟୁନିସିପାଲ କର୍ପୋରେସନ ଆଇନ ଉଲ୍ଲଙ୍ଘନ କରିଥିବା ନେଇ ବିଜେପି ଅଭିଯୋଗ କରିଛି । ପୌର ନିର୍ବାଚନ ପାଇଁ ଦାବି, ଆପତ୍ତିର ସମୟ ପାଇଁ ଥିବା ଆଇନର ଉଲ୍ଲଙ୍ଘନ କରି ବିଜେଡିକୁ ସୁହାଇଲା ଭଳି ନିର୍ବାଚନ କମିଶନ ଦିନ ସ୍ଥିର କରିଛନ୍ତି ।
କର୍ପୋରେସନ ଆକ୍ଟ ଅନୁସାରେ ଦାବି, ଆପତ୍ତି ପାଇଁ ୧୦ ଦିନ ସମୟ ରହିବା ଦରକାର । ହେଲେ ନିର୍ବାଚନ କମିଶନ ସମୟର ଅବଧିକୁ ୬ ଦିନ କରିଛନ୍ତି । ଏହାସହ ଦାବି ଆପତ୍ତିର ଫଇସଲା ପାଇଁ ଆଇନରେ ୩ ଦିନ ଥିବା ବେଳେ ମାତ୍ର ଗୋଟିଏ ଦିନ ରଖାଯାଇଛି ବୋଲି ବିଜେପି କହିଛି । ସେହିପରି ୧୮ ବର୍ଷ ବୟସ ହୋଇଥିବା ନୂଆ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭୋଟ ଦାନରୁ ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।