ଓଡିଶା

odisha

ETV Bharat / city

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମୁଖ୍ୟ ଖଳନାୟକ ମନ୍ତ୍ରୀ ସମୀର ଦାସ: ବିଜେପି - ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ ହେବାପରେ ତେଜୁଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମୁଖ୍ୟ ଖଳନାୟକ ମନ୍ତ୍ରୀ ସମୀର ଦାସ: ବିଜେପି
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମୁଖ୍ୟ ଖଳନାୟକ ମନ୍ତ୍ରୀ ସମୀର ଦାସ: ବିଜେପି

By

Published : Sep 28, 2022, 8:35 PM IST

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସସ୍‌ପେନ୍ସ । ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛି ବିଜେପି । ବିଜେପି ନେତା ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ।

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମୁଖ୍ୟ ଖଳନାୟକ ମନ୍ତ୍ରୀ ସମୀର ଦାସ: ବିଜେପି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଫୋନ କଲ ରେକର୍ଡ଼ିଂ । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଏହି ଫୋନ କଲ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଅଡିଓରେ ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ସମୀର ଦାସ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ କହୁଥିବା ଶୁଣିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଫିଟୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ, ଅଡିଓ ସାର୍ବଜନୀନ କଲା BJP

ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, "ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଖଳନାୟକ ହେଉଛନ୍ତି ମନ୍ତ୍ରୀ ସମୀର ଦାସ ଏବଂ ତାଙ୍କ ସହଯୋଗୀ । ମନ୍ତ୍ରୀ ସମୀର ଦାସଙ୍କର ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତି ରହିଛି । ଧର୍ମେନ୍ଦ୍ର ଏବଂ ତାଙ୍କ ବନ୍ଧୁଙ୍କର ଯେଉଁ ଅଡିଓ ଏବେ ସାମ୍ନାକୁ ଆସିଛି ସେଥିରୁ ଏହା ପ୍ରମାଣିତ ହେଉଛି । ଧର୍ମେନ୍ଦ୍ର ସିଧାସଳଖ ଏହି ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀଙ୍କର ଆଉ ଚାରିଜଣ ସହଯୋଗୀଙ୍କ ନାଁ ମଧ୍ୟ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ମୁଁ ମଲେ ସମୀର ଦାସ ଦାୟୀ, ଶୁଣନ୍ତୁ ଧର୍ମେନ୍ଦ୍ରଙ୍କ ଭାଇରାଲ ଅଡିଓ

ମନ୍ତ୍ରୀ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ । ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ହେବା ଦରକାର । ତେବେ ସମୀର ଦାସଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଆପ୍ରାଣ ଉଦ୍ୟମ କରୁଛି । ଏହି ଘଟଣାରେ ଯେତେ ପ୍ରମାଣ ଅଛି ପୋଲିସ ନଷ୍ଟ କରିବାକୁ ଚେଷ୍ଟା କରୁଛି । ରାଜ୍ୟବାସୀ ଜାଣି ସାରିଲେଣି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାସ ହିଁ ମୁଖ୍ୟ ଖଳନାୟକ । ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ଗିରଫ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ ...ଧର୍ମେନ୍ଦ୍ର ସାହୁଙ୍କ ଅଡିଓ ଭାଇରାଲ ଘଟଣା, ଶୁଣନ୍ତୁ ସାମ୍ବାଦିକଙ୍କୁ କଣ କହିଥିଲେ

ତେବେ ଏହି ଭାଇରାଲ ଅଡିଓକୁ ନେଇ ମନ୍ତ୍ରୀ ସମୀର ଦାସ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details