ଓଡିଶା

odisha

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା; CBI ତଦନ୍ତ ସହ 50 ଲକ୍ଷ ସହାୟତା ରାଶି ଦାବି କଲା ବିଜେପି

By

Published : Sep 10, 2021, 2:58 PM IST

ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି । ଏଥିସହ ଦୁଷ୍ମନ୍ତଙ୍କ ପରିବାରକୁ 50 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବାକୁ ଦାବି । ଅଧିକ ପଢନ୍ତୁ...

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି
ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି । ଏହାସହ ଦୁଷ୍ମନ୍ତଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଓ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ଯୋଗାଇ ଦେବାକୁ ଦାବି କଲା ବିଜେପି । ସେହିପରି ରାଜ୍ୟ ସରକାର ତରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରନ୍ତୁ ବୋଲି ବିଜେପି ଦାବି କରିଛି ।

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ବିଜେପି ପାର୍ଟି ଅଫିସରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି । ବିଜେପି କହିଛି ଯେ, ଦୁଷ୍ମନ୍ତଙ୍କ ପରିବାର ନିକଟରେ ଚାଷ ଜମି ମଧ୍ୟ ନାହିଁ । ତାଙ୍କ ଉପରେ ପୂରା ପରିବାର ନିର୍ଭର କରୁଥିଲା । ଘରେ ସ୍ତ୍ରୀ, ଛୋଟ ଝିଅ, ବାପା ଓ ମାଆ ଅଛନ୍ତି । ଦୁଷ୍ମନ୍ତଙ୍କ ଝିଅ ଓ ପରିବାରକୁ 50 ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ରାଜ୍ୟ ସରକାର । ସେଥିରୁ ଦୁଷ୍ମନ୍ତଙ୍କ ଝିଅ ନାମରେ 30 ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରନ୍ତୁ । ଏହାସହ ପରିବାର ଲୋକଙ୍କ ନାମରେ 20 ଲକ୍ଷ ଟଙ୍କା ରଖନ୍ତୁ । ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଅନ୍ତୁ ।


ଦୁଷ୍ମନ୍ତଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ ଦୁଃଖଦାୟକ, ସମ୍ବେଦନଶୀଳ ଏବଂ ଲଜ୍ଜାଜନକ ବିଷୟ । ସ୍ୱାସ୍ଥ୍ୟ ସେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେନ୍ଦ୍ର କୌଣସି ଅଭାବ ରଖିନି । ସବୁବେଳେ ଅର୍ଥ ଯୋଗାଇଦେଇଛି । ପେଟରେ ଭୋକ, ମୁହଁରେ ଲାଜ । କେନ୍ଦ୍ର ସରକାର 2018 ରୁ ଆୟୁଷମାନ ଯୋଜନା ଲାଗୁ କଲେ । କିନ୍ତୁ ନିଜ ଅହଂକାର କାରଣରୁ ରାଜ୍ୟର ବିଜେଡି ସରକାର ଏହାକୁ ଲାଗୁ କଲେନି । ଦୁଷ୍ମନ୍ତ ଦାସ ଦୁର୍ଘଟଣା କାରଣରୁ 9 ମାସ ମେଡିକାଲରେ ପଡ଼ିଲେ । ଦୁଇଟି ଅପରେସନ ହୋଇଥିଲା । ଆଉ ଗୋଟିଏ ଅପରେସନ ବାକି ଥିଲା । ଗୋଟିଏ ବର୍ଷ ବିତିଗଲା । କିନ୍ତୁ ପଇସା ଅଭାବରୁ ଅପରେସନ ହୋଇପାରିଲାନି । ବିଜୁ ସ୍ୱାସ୍ଥ୍ୟ କାର୍ଡ କାମ କରିବନି ବୋଲି କହି ବହୁ ଡାକ୍ତରଖାନା ଫେରାଇ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ପାଖକୁ ଦୌଡ଼ି ନିରାଶ ହୋଇ ଆତ୍ମବିଶ୍ବାସ ହରାଇ ଆତ୍ମହତ୍ୟା କଲେ । ତାଙ୍କ ମୃତ୍ୟୁ ପରେ ସରକାର ମୃତଦେହକୁ କାହିଁକି ରାତି ଅଧିଆ ପୋଷ୍ଟମର୍ଟମ କରି ଶବଦାହ କରାଇଦେଲେ ? କାହିଁକି ଘର ଲୋକଙ୍କୁ ମୃତଦେହ ହସ୍ତାନ୍ତର କଲେନି ବୋଲି ପ୍ରଶ୍ନ ପଚାରିଛି ବିଜେପି । ଏଥିସହ ଦୁଷ୍ମନ୍ତଙ୍କ ପରିବାର ପାଇଁ ବିଭିନ୍ନ ଦାବି କରିଛନ୍ତି ବିଜେପି ବରିଷ୍ଠ ବିଜେପି ନେତା ମନମୋହନ ସାମଲ ।


ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details