ଭୁବନେଶ୍ବର: ବିଜେଡିର ଆଚରଣ ବିଧି ଉଲଂଘନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ବିଭିନ୍ନ ସ୍ଥାନରେ ଥିବା ସରକାରୀ ବିଜ୍ଞାପନ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି । କେବଳ ସରକାରୀ ହୋର୍ଡିଂ ନୁହେଁ ସରକାରୀ ଗାଡ଼ିରେ ଥିବା ନେତା ଓ ମନ୍ତ୍ରୀଙ୍କ ଫଟୋ ହଟାଯିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ରାଜ୍ୟରେ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
Odisha Panchayat Election: ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେଡି, ଅଭିଯୋଗ ଆଣିଲା ବିଜେପି - ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ବିଜେଡିର ଆଚରଣ ବିଧି ଉଲଂଘନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ସ୍ବାସ୍ଥ୍ୟମନ୍ତ୍ରୀ ଓ ଦଶପଲ୍ଲା ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛି ବିଜେପି । ଅଧିକ ପଢ଼ନ୍ତୁ
Odisha Panchayat Election: ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେଡି, ଅଭିଯୋଗ ଆଣିଲା ବିଜେପି
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ, ଦଶପଲ୍ଳା ବିଧାୟକ ରମେଶ ବେହେରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଘଟଣାର ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ବିଜେପିର ପ୍ରତିନିଧି ଦଳ । ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ନେତୃତ୍ଵରେ ବିଜେପି ନିର୍ବାଚନ ଆୟୋଗଙ୍କୁ ଭେଟିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ