ଭୁବନେଶ୍ବର: ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣାରେ BDA ଅଧିକାରୀଙ୍କ ପାଖରେ ଫେରାଦ ହେଲେ ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମକର୍ତ୍ତା । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଶୀଘ୍ର କ୍ଷତିପୂରଣ ସହ ଥଇଥାନ ଦାବି କରିଛନ୍ତି । ଏହାସହ ଦକ୍ଷିଣ ପୂର୍ବ ZDC ଓ BMCର ଜଣେ ଅତିରିକ୍ତ କମିଶନେର, BDAର ଲ୍ୟାଣ୍ଡ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ । କ୍ଷତିଗ୍ରସ୍ତଙ୍କ ପାଇଁ ଶୀଘ୍ର ଅସ୍ଥାୟୀ ସ୍ଥାନ ଚିହ୍ନଟ କରି ଅସ୍ଥାୟୀ ଭାବେ ତୁରନ୍ତ ଦୋକାନ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣା, ଦୋକାନୀଙ୍କୁ ଶୀଘ୍ର କ୍ଷତିପୂରଣ ଦାବି - ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣା
ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣାରେ BDA ଅଧିକାରୀଙ୍କ ପାଖରେ ଫେରାଦ ହେଲେ ଭୁବନେଶ୍ୱର ଜିଲ୍ଲା ବିଜେପି କର୍ମକର୍ତ୍ତା । ଅଧିକ ପଢନ୍ତୁ
ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣା, ଦୋକାନୀଙ୍କୁ ଶୀଘ୍ର କ୍ଷତିପୂରଣ ଦାବି
ଝାରପଡା ଗଣେଶ ମଣ୍ଡପ ଡେଲି ମାର୍କେଟ ଉଚ୍ଛେଦ ଘଟଣା, ଦୋକାନୀଙ୍କୁ ଶୀଘ୍ର କ୍ଷତିପୂରଣ ଦାବି
ଜିଲ୍ଲା ବିଜେପି କହିଛି, କମ ସମୟ ଭିତରେ ଉଚ୍ଛେଦ କରାଯାଇଥିବାରୁ ଦୋକାନରୁ ଜିନିଷପତ୍ର ବାହାର କରିପାରିଲେନି, ଫଳରେ ବହୁ ଦୋକାନୀ କ୍ଷତିଗ୍ରସ୍ତ ହେଲେ। । ତରବରିଆ ଭାବେ ଉଚ୍ଛେଦ ହୋଇଛି । ଆଗକୁ ସମାଧାନ ବାଟ ବାହାରିବା ବୋଲି ଆଶା ରଖୁଛୁ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି । ଏହି ଘଟଣାରେ ପୂର୍ବରୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେପି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
TAGGED:
jharpada eviction case news