ଭୁବନେଶ୍ବର:ଶାସକ ଦଳ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା ରାଜ୍ୟ ବିଜେପି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି ଶାସକ ଦଳ । ଯାଜପୁର, ବରଗଡ଼, ଝାରସୁଗୁଡା ଓ ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରୁଛି ସରକାରୀ ଦଳ ବୋଲି ଅଭିଯୋଗ କରିଛି ବିଜେପି ।
ତେବେ ଯାଜପୁରରେ ପୋଲିସ ଏବଂ ପ୍ରଶାସନ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛି । ସେହିପରି ବରଗଡ଼ ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ।