ଭୁବନେଶ୍ବର: ‘ଫନି’ ପକ୍କା ଘର ଦୁର୍ନୀତି ନେଇ ବଢୁଛି ଅସନ୍ତୋଷ । ସେପଟେ ପୁରୀ ଜିଲ୍ଲାର ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ କହିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଛି । ଏହି ତାଲିକାରେ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଥିବା କଥା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି । ତେବେ ଏହି ତାଲିକାକୁ ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ କରାଯିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
‘ଫନି’ ପକ୍କା ଘର ଅନିୟମିତତା: ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ବିରୋଧିଙ୍କ ସମାଲୋଚନା - ଫନି ପକ୍କା ଘର ଦୁର୍ନୀତି ଘଟଣା
ଫନି ପକ୍କା ଘର ଦୁର୍ନୀତି ଘଟଣାରେ ପୁରୀ ଜିଲ୍ଲାପାଳ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବ କହିବା ପରେ ଏହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
‘ଫନି’ରେ ଯୋଗ୍ୟ ହିତାଧିକାରୀ କିଏ ତାହା ଚିହ୍ନଟ ହୋଇପାରିନାହିଁ । ଏହି ତାଲିକାରେ କିଏ ରହିବ କିଏ ନ ରହିବା କଥାକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି । ଅସନ୍ତୋଷ ର ନିଆଁ ଚାପିବାକୁ ଜିଲ୍ଲାପାଳ ଏଭଳି ମନ୍ତବ୍ୟ ରଖିଲେ ନା ବାସ୍ତବରେ ତାକୁ କାର୍ଯ୍ୟକାରୀ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିବା କଥା ପୃଥ୍ବୀରାଜ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ଦ୍ବାରା ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ ତାଲିକା କରାଯିବ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ