ଓଡିଶା

odisha

ETV Bharat / city

ବିଜେପି କୋର କମିଟି ବୈଠକ, ବିଭିନ୍ନ ମୋର୍ଚ୍ଚା ସହ ଆଲୋଚନା - ବିଜେପିର କୋର କମିଟି ବୈଠକ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଥିଲା ଦଳର ମାନସ ମନ୍ଥର ଦ୍ବିତୀୟ ଦିନ । ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ଉପସ୍ଥିତିରେ ଏହି ମାନସ ମନ୍ଥନ ଚାଲିଥିବା ବେଳେ, ସଭାପତି ସମୀର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଅଧିକ ପଢନ୍ତୁ

ବିଜେପିର କୋର କମିଟି ବୈଠକ, ଆଜି ବିଭିନ୍ନ ମୋର୍ଚ୍ଚା ସହ ଆଲୋଚନା
ବିଜେପିର କୋର କମିଟି ବୈଠକ, ଆଜି ବିଭିନ୍ନ ମୋର୍ଚ୍ଚା ସହ ଆଲୋଚନା

By

Published : May 14, 2022, 10:39 PM IST

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଥିଲା ଦଳର ମାନସମନ୍ଥର ଦ୍ବିତୀୟ ଦିନ । ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ଉପସ୍ଥିତିରେ ଏହି ମାନସ ମନ୍ଥନ ଚାଲିଥିବା ବେଳେ, ସଭାପତି ସମୀର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଆଜି ଦଳର 7 ଟି ମୋର୍ଚାର ଅଧ୍ୟକ୍ଷଙ୍କ ସହ ରୁଦ୍ଧଦ୍ବାର ବୈଠକ ହୋଇିଥିଲା । ଆସନ୍ତା2024ରେ ବିଜେପି କିଭଳି କ୍ଷମତା କୁ ଆସିବ ସେ ନେଇ ଆଲୋଚନା ହେଉଛି। ପ୍ରତିଟି ସଂସଦୀୟ କ୍ଷେତ୍ରରେ 100 ଟି ଦୁର୍ବଳ ବୁଥକୁ ସଜାଡି ବାକୁ ଦାୟିତ୍ବ ଦିଆଯାଇଛି।

ବିଜେପିର କୋର କମିଟି ବୈଠକ, ଆଜି ବିଭିନ୍ନ ମୋର୍ଚ୍ଚା ସହ ଆଲୋଚନା

କେନ୍ଦ୍ରରେ ବିଜେପି ସରକାରର ଦ୍ବିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ର ବାସ୍ତବ ରୂପାୟନ ନେଇ 15 ଦିନ ସ୍ବତନ୍ତ୍ର ଡ୍ରାଇଭ କରିବ ଦଳ। ଏନେଇ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି ପଞ୍ଚାୟତ ଏବଂ ପୌର ନିର୍ବାଚନ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ କରାଯାଇଛି । 2024 ସାଧାରଣ ନିର୍ବାଚନ ପାଇଁ ବୁଥ ସ୍ତରରେ ସଙ୍ଗଠନ କେମିତି ମଜବୁତ ହେବ ସେଥିପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୋଜନା ପ୍ରସ୍ତୁତ ହେବ ।

ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯାହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ଓଡିଶା ସରକାର ଯେଉଁ ସବୁ କେନ୍ଦ୍ରୀୟ ଯୋଜନା ଗୁଡିକୁ ହଡପ କରି ନିଜର ବୋଲି ପ୍ରଚାର କରୁଛନ୍ତି । ଏସବୁକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା କରାଯିବ ବୋଲି କହିଛନ୍ତି । ଏହାବାଦ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details