ଓଡିଶା

odisha

ETV Bharat / city

ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ - ଭୁବନେଶ୍ବରରେ ସୁନୀଲ ବଂଶଲ

ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ସରିଲା କୋର କମିଟି ବୈଠକ । ସେପ୍ଟେମ୍ବର ୧୩, ୧୪ ଏବଂ ୧୫ରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର । ୨୯ ଏବଂ ୩୦ରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢ଼ନ୍ତୁ

ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ
ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ

By

Published : Sep 6, 2022, 5:50 PM IST

ଭୁବନେଶ୍ବର: ସରିଲା ବିଜେପି କୋର କମିଟି ବୈଠକ । ରାଜ୍ୟର ସମସ୍ତ ୩୭ ହଜାର ବୁଥରେ ଲୋକଙ୍କ ପାଖରେ ପହଞ୍ଚିବେ ନେତା ଓ କର୍ମୀ । ସେପ୍ଟେମ୍ବର ୧୩, ୧୪ ଏବଂ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର । ଚଳିତ ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ

ବିଜେପିର କୋର କମିଟି ଏବଂ ରାଜ୍ୟ ବୈଠକରେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ମିଶନ ୨୦୨୪ ସଫଳ ହେବାନେଇ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ଓଡ଼ିଶାରେ ସରକାର ଗଠନ କରିବା ମିଶନ କିଭଳି ସଫଳ ହେବ, ସେନେଇ ଆଜି ଅଙ୍କ କସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ । ଦ୍ଵିତୀୟ ଦିନରେ ମାରଥନ ବୈଠକ କରି ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି ବଂଶଲ ।

ପ୍ରଥମେ ବସିଥିଲା କୋର କମିଟି ବୈଠକ । ସେଥିରେ ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ରହିଥଲେ । ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦି ସେକାରଙ୍କ ବିଭିନ୍ନ ସଫଳତା ଲୋକଙ୍କ ପାଖରେ କିଭଳି ପହଞ୍ଚିବ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ତେବେ ଏନେଇ ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, "ଭାରତୀୟ ଜନତା ପାର୍ଟିର ବୁଥ ସ୍ତରରୁ ନେଇ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ରହିଛି । ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ତରର ବୈଠକ ବସିଥାଏ । ତେବେ ଏହି ବୈଠକରେ ଆଗାମୀ ୩ ମାସ ପାଇଁ ଦଳୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା । ଏଥିରେ ବିଭିନ୍ନ ସ୍ତରର ସମନ୍ବୟ ରକ୍ଷା କରି ସମସ୍ତଙ୍କର ମତ ଅନୁସାରେ ନିଷ୍ପତ୍ତି ନିଆଯାଇଛି । ନୂତନ ଭାବରେ ଦଳର ରାଜ୍ଯ ପ୍ରଭାରୀ ଦାୟୀତ୍ବ ନେଇଥିବା ସୁନୀଲ ବଂଶଲ ରାଜ୍ୟରେ ଦଳର ସଫଳତା ପାଇଁ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ କିଭଳି ସଠିକ ଭାବରେ ପାଳନ କରାଯିବ, ସେନେଇ ଆଲୋଚନା ହୋଇଛି ।"

ସେହିଭଳି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ମାଝୀ କହିଛନ୍ତି, "ସୁନୀଲ ବଂଶଲ ଦଳର ଓଡ଼ିଶା ପ୍ରଭାରୀ ଦାୟୀତ୍ବ ନେବାପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବାରୁ ଆମେ ବେଶ ଉତ୍ସାହିତ ଅଛୁ । ତାଙ୍କର ସାଙ୍ଗଠନିକ ଦକ୍ଷତା ଓ କାର୍ଯ୍ୟଶୈଳୀରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିବ ।" ତେବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଦଳର ସଙ୍ଗଠନକୁ ବୁଥ ସ୍ତରରେ ସୁଦୃଢ଼ କରିବା ପାଇଁ ଅଭିଯାନର ଶୁଭାରମ୍ଭ ହୋଇଛି । ଆଗାମୀ ଦିନରେ ରାଜ୍ୟର ସମସ୍ତ ୩୭ ହଜାର ବୁଥର ଲୋକଙ୍କ ପାଖରେ ମୋଦି ସରକାରଙ୍କର ସଫଳତା ଓ ରାଜ୍ୟ ସରକାରଙ୍କର ବିଫଳତା ପହଞ୍ଚାଇବ ଦଳ । ତେବେ ଆଗାମୀ ୨୯ ଏବଂ ୩୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ବିଭିନ୍ନ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details