ଓଡିଶା

odisha

ETV Bharat / city

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଲୋକ ମାନଙ୍କୁ ଘର ନ ମିଳିବା ଦାବିରେ ବିଜେପିକୁ ଘେରିଲା ବିଜେଡି । ପଶ୍ଚିମ ଓ ଦକ୍ଷିଣ ଓଡିଶାର ଗରିବ ଆଦିବାସୀ ଲୋକମାନଙ୍କୁ ଘର ପାଇବାରୁ ବଞ୍ଚିତ ହେଉଥିବା ନେଇ ପୃଥ୍ବୀରାଜ ଷଡଯନ୍ତ୍ର ରଚିଥିବା ନେଇ ବିଜେଡି ପ୍ରବକ୍ତା ଛବି ମାହାଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

By

Published : Jul 7, 2021, 6:31 AM IST

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି
୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଭୁବନେଶ୍ବର: ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି (PMAY) ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଘର ନପାଇବେ ସେଥିଲାଗି ବିଜେପି ଷଡଯନ୍ତ୍ର କରୁଛି । ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କ ଆଜି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଛବି ମାହାଲି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଛବି ମାହାଲି କହିଛନ୍ତି ଯେ ପୃଥୀରାଜ କାହିଁକି ଓଡିଶା ବିରୋଧୀ ? ସେ କାହିଁକି ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ବିରୋଧୀ ? ସେ କାହିଁକି ଚାହୁଁ ନାହାଁନ୍ତି ଯେ ୬ ଲକ୍ଷ ଓଡ଼ିଆ କେବଳ ଏକ ମାସ ପାଇଁ ଆବାସ ପ୍ଲସ ପୋର୍ଟାଲ୍ ଖୋଲି ସେମାନଙ୍କ ଘର ପାଆନ୍ତୁ ? ପ୍ରଥମେ ପୃଥୀରାଜଙ୍କ ଦଳ କେବିକେ ଯୋଜନା, ବିଆରଜିଏଫ ଯୋଜନା ବନ୍ଦ କରି ଏସଟି ପାଣ୍ଠିକୁ ବନ୍ଦ କରିଦେଲା । ବର୍ତ୍ତମାନ ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳ ପାଇଁ ଘର ଦେବାକୁ ବି ବନ୍ଦ କରୁଛନ୍ତି ।



ଯେତେବେଳେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ଲୋକଙ୍କୁ ୬ ଲକ୍ଷ ଅଧିକ ଘର ଯୋଗାଇବାକୁ ଚାହୁଁଛନ୍ତି । ସେତେବେଳେ ପୃଥୀରାଜ ଏହାକୁ ଷଡଯନ୍ତ୍ର କରି ରୋକିବାକୁ ଚେଷ୍ଟା କରୁଛନ୍ତି । ଏହା କରିବା ପରିବର୍ତ୍ତେ ଏଭଳି ପଦକ୍ଷେପକୁ ସମର୍ଥନ କରିବା ଉଚିତ୍ । କେତେବେଳେ ପୃଥୀରାଜ ଏବଂ ତାଙ୍କ ଦଳ ଏଭଳି ହୀନ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଓଡ଼ିଶାର ସ୍ୱାର୍ଥ ପାଇଁ କଥା ହେବେ ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି ।

ପଶ୍ଚିମ ଓ ଦକ୍ଷିଣ ଓଡିଶାର ଗରିବ, ଆଦିବାସୀ ଲୋକମାନଙ୍କୁ ଘର ପାଇବାରୁ ବଞ୍ଚିତ ଲାଗି ପୃଥୀରାଜ ଯେଭଳି ଷଡଯନ୍ତ୍ର ରଚିଛନ୍ତି । ସେଥିପାଇଁ ସେ ସେମାନଙ୍କ ନିକଟରେ କ୍ଷମା ମାଗି ନିଅନ୍ତୁ ବୋଲି ବିଜେଡି ପ୍ରବକ୍ତା ଛବି ମାହାଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details