ଓଡିଶା

odisha

ETV Bharat / city

Presidential Election: ମମତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ଓ କଂଗ୍ରେସ

ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏ ନେଇ ବିଜେପି ବିରୋଧୀ ଆଭିଯାନ ଆରମ୍ଭ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେ ଅଣବିଜେପି ଦଳ ମୁଖ୍ୟଙ୍କୁ ବୈଠକ ପାଇଁ ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି ଓ କଂଗ୍ରେସ । ଅଧିକ ପଢନ୍ତୁ

Presidential Election: ମମତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି, କଂଗ୍ରେସ
Presidential Election: ମମତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି, କଂଗ୍ରେସ

By

Published : Jun 12, 2022, 4:25 PM IST

ଭୁବନେଶ୍ବର: ଆଗକୁ ଆସୁଛି ରାଷ୍ଟ୍ରପତି ନିର୍ବାଚନ, କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ରାଷ୍ଟ୍ରପତି ନିର୍ବାଚନ ନେଇ ସମସ୍ତ ଅଣ ବିଜେପି ରାଜନୈତିକ ଦଳ ମାନଙ୍କୁ ମମତାଙ୍କ ଚିଠି ଲେଖା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ମୁଁହ ଖୋଲିଛି ବିଜେଡି ।

Presidential Election: ମମତାଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି, କଂଗ୍ରେସ

ବିଜେଡି ସାଂସଦ ଅମର ପଟ୍ଟନାୟକ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅମର କହିଛନ୍ତି, "ମମତା ବାନାର୍ଜୀ ତ ଚିଠି ଲେଖିଛନ୍ତି ମାତ୍ର ଓଡ଼ିଶାର ସ୍ଵାର୍ଥକୁ ଦୃଷ୍ଟିରେ ରଖି ସବୁ ଦିଗକୁ ବିଚାର କରି ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିଷ୍ପତ୍ତି ନେବେ । ସେ ମଧ୍ୟ ଏ ପ୍ରସଙ୍ଗରେ ପୂର୍ବରୁ ଦିଲ୍ଲୀରେ କହି ସାରିଛନ୍ତି । ଯେତେବେଳେ ଠିକ ସମୟ ଆସିବ ସେ ସମୟରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । "

ଏହା ବି ପଢନ୍ତୁ- Presidential Election: ବିରୋଧୀଙ୍କୁ ଏକାଠି କରିବାକୁ ମମତାଙ୍କ ସଜବାଜ, ନବୀନ ସମେତ 22 ଅଣ ବିଜେପି ନେତାଙ୍କୁ ଲେଖିଲେ ଚିଠି

ସେପଟେ କଂଗ୍ରେସ କହିଛି ଯେ, ସମସ୍ତ ବିରୋଧୀ ଦଳ ଏକ ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦେବା କଥା । କାହିଁକି ସଂଖ୍ୟା ତାଙ୍କର ବେଶୀ ରହିଛି । ମମତା ଯେଉଁ ପ୍ରୟାସ କରିଛନ୍ତି ନିଶ୍ଚିତ ଭାବେ ଧନ୍ୟବାଦ ଦେବା କଥା ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ସୂଚନା ଥାଉ କି ଆସନ୍ତା ୧୫ ତାରିଖରେ ଅଣ ବିଜେପି ଦଳ ମୁଖ୍ୟମାନଙ୍କୁ ଦିଲ୍ଲୀରେ ବୈଠକ ପାଇଁ ଆହ୍ବାନ କରିଛନ୍ତି ମମତା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକିଥିବା ଅଣ ବିଜେପି ନେତାଙ୍କ ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୨୨ ବରିଷ୍ଠ ନେତା । ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ ୧୫ ତାରିଖରେ ଏହି ବୈଠକ ହେବା ନେଇ ମଧ୍ୟ TMC ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details