ଓଡିଶା

odisha

ETV Bharat / city

BJPର ସଙ୍ଗୀନ ଅଭିଯୋଗ, ୨୨ ବର୍ଷ ଶାସନରେ ସରକାର ଜାଣିନାହାନ୍ତି ଓଡିଶାର ଚାଷୀ ସଂଖ୍ୟା - ବିଜେପି ନେତା ପ୍ରଦୀପ ପୁରୋହିତ

ରାଜ୍ୟରେ 76 ଲକ୍ଷ ଚାଷୀଙ୍କୁ ପରିଚୟ ପତ୍ର ଦେବା ପ୍ରସଙ୍ଗରେ ବିଜେପି(BJP) କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦୀର୍ଘ ୨୨ ବର୍ଷ ଧରି ଶାସନ କଲେ ମଧ୍ୟ ଓଡିଶାର କେତେ ସଂଖ୍ୟାରେ ଚାଷୀ ଅଛନ୍ତି ରାଜ୍ୟ ସରକାର ଚିହ୍ନଟ କରିପାରିଲେ ନାହିଁ କହିଛି ବିଜେପି । ଅଧିକ ପଢନ୍ତୁ

BJP, congress hitsout to ruling BJD on farmers identity cards
BJPର ସଙ୍ଗୀନ ଅଭିଯୋଗ, ୨୨ ବର୍ଷ ଶାସନରେ ସରକାର ଜାଣିନାହାନ୍ତି ଓଡିଶାର ଚାଷୀ ସଂଖ୍ୟା

By

Published : Dec 23, 2021, 9:09 PM IST

ଭୁବନେଶ୍ବର: ରାଜ୍ୟରେ 76 ଲକ୍ଷ ଚାଷୀଙ୍କୁ ପରିଚୟ ପତ୍ର ଦେବା ପ୍ରସଙ୍ଗରେ ବିଜେପି(BJP) କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦୀର୍ଘ ୨୨ ବର୍ଷ ଧରି ଶାସନ କଲେ ମଧ୍ୟ ଓଡିଶାର କେତେ ସଂଖ୍ୟାରେ ଚାଷୀ ଅଛନ୍ତି ରାଜ୍ୟ ସରକାର ଚିହ୍ନଟ କରିପାରିଲେ ନାହିଁ। ଏବେ ମନେପଡିଲା ଚାଷୀଙ୍କୁ ପରିଚୟ ପତ୍ର ଦେବାକୁ। ବିଧାନସଭାରେ ମନ୍ତ୍ରୀ କହିଲେ 48 ଲକ୍ଷ 65 ହଜାର ଚାଷୀଙ୍କୁ ଚିହ୍ନଟ କରାଯାଇଛି। ହଠାତ୍ ୩୦ ଲକ୍ଷ ଚାଷୀ ଏବେ କେମିତି ଅଧିକ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।

BJPର ସଙ୍ଗୀନ ଅଭିଯୋଗ, ୨୨ ବର୍ଷ ଶାସନରେ ସରକାର ଜାଣିନାହାନ୍ତି ଓଡିଶାର ଚାଷୀ ସଂଖ୍ୟା

ପ୍ରଦୀପ ପୁରୋହିତ ଆହୁରି ମଧ୍ୟ କହିଛନ୍ତି ଚାଷୀଙ୍କର ଏବେ ପରିଚୟ ପତ୍ର ଦରକାର ନାହିଁ । ଚାଷୀ ଏବେ ଧାନ ମଣ୍ଡିରେ ଦେଇପାରିନାହିଁ ସେଥିପାଇଁ ଚିନ୍ତାରେ ରହିଛି । ଚାଷୀଙ୍କୁ ଧାନର ମାନ ସର୍ବନିମ୍ନ ମୂଲ୍ୟ ମିଳୁନାହିଁ । ପରିଚୟ ପତ୍ର କଣ ଲାଭ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଠି ମିଲର୍ସମାନେ ଲୁଟ କରୁଛନ୍ତି, ଶାସକ ଦଳକୁ ଚାନ୍ଦା ଦେଉଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଶାସକ ବିଜେଡି ଦଳକୁ ମିଲର୍ସମାନେ ଚାଷୀଙ୍କ ଠାରୁ କମ ପଇସାରେ ଧାନ କିଣି BJDକୁ ଫାଇଦା ଦେବେ ବୋଲି ଅଭିଯୋଗ ଆଣିଛି ବିଜେପି ।

ଏହାମଧ୍ୟ ପଢନ୍ତୁ: OBC Reservation Issue: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ

ଅନ୍ୟପଟେ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ୨୧ ବର୍ଷ ଶାସନ କାଳରେ ସରକାର ପ୍ରକୃତ ଚାଷୀ କିଏ ଚିହ୍ନଟ କରିପାରିଲେ ନାହିଁ । ଭାଗ ଚାଷୀ କିଏ ? କ୍ଷୁଦ୍ର ଚାଷୀ କିଏ ? ନାମମାତ୍ର ଚାଷୀ କେତେ ? ତାହାର ତାଳମେଳ ନାହିଁ । ଏବେ ୭୬ ଲକ୍ଷ ଚାଷୀ ଆସିଲେ କେଉଁଠୁ ? କାଳିଆ ଯୋଜନାରେ କେମିତି ୪୮ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଗଲା ଅନ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଗଲା ନାହିଁ କାହିଁକି ?

ପଞ୍ଚାୟତ ନିର୍ବାଚନ ଆସିଲା ବୋଲି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସରକାର । ପଶ୍ଚିମ ଓଡିଶାରେ ଚାଷୀ ଧାନ ବିକ୍ରୟ କରିପାରୁନାହାନ୍ତି, ଟୋକନ ଲାପ୍ସ କଲାଣି, ମଣ୍ଡି ଖୋଲାଯାଇପାରୁନଥିବାରୁ ଧାନ ପଡିରହିଛି। ସେଥିପାଇଁ ଓଡିଶାର ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଉ ଏବଂ ଭାଗ ଚାଷୀ ଆଇନ ପ୍ରଣୟନ କରାଯାଉ ନଚେତ୍‌ କିଷାନ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details