ଓଡିଶା

odisha

ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକ - ବିଜେଡି ବୈଠକ

ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବସିବ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ। ବୁଧବାର ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ଅଧିକ ପଢ଼ନ୍ତୁ...

bjp congress bjp mla meeting before budget session
ବଜେଟ ଅଧିବେଶନ ପୂର୍ବରୁ ବିଧାୟକ ଦଳ ବୈଠକ

By

Published : Feb 16, 2021, 7:41 PM IST

ଭୁବନେଶ୍ବର:ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବସିବ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ। କଂଗ୍ରେସ ବିଧାୟକ ଦଳର ବୈଠକ ବୁଧବାର ଅପରାହ୍ନ ୬ଟାରେ ବସିବ। ସେହିଭଳି ବିଜେପି ବିଧାୟକ ଦଳ ବୈଠକ ଦିନ ୧୨.୩୦ରେ ବସିବା ନେଇ ସୂଚନା ରହିଛି। ୩ ପ୍ରମୁଖ ରାଜନୈତିକ ଦଳ ଅଧିବେଶନ ପୂର୍ବରୁ ବହୁ ପ୍ରସଙ୍ଗ ତାଲିକାଭୁକ୍ତ କରିଛନ୍ତି।

ଆସନ୍ତା ବୁଧବାର ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ। କୋରୋନା କଟକଣାକୁ ଦୃଷ୍ଟିରେ ରଖି ଦୁଇଟି କକ୍ଷରେ ଏହି ବୈଠକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଭିଡିଓ କନଫରେନସିଂରେ ମାଧ୍ୟମରେ ବୈଠକର ଅଧକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେପଟେ ରାଜ୍ୟରେ ବିଭିନ୍ନ ସମସ୍ୟା ବିଶେଷ କରି ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, କୋଟିଆ ନିର୍ବାଚନ, ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି। ବିରୋଧୀଙ୍କ ସମସ୍ତ ଅଭିଯୋଗ ଓ ପ୍ରଶ୍ନର ଉତ୍ତର ରଖିବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିବା ବୋଲି ଚର୍ଚ୍ଚା ହେଉଛି। ଏହାସହ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ବିଧାନସଭାରେ ଉଠାଇବା ପାଇଁ ବିଜେଡି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ। ବିଶେଷ କରି ବାଇ ଲ', ଦରବୃଦ୍ଧି ଓ ଅନ୍ୟାନ ପ୍ରସଙ୍ଗ ତାଲିକା ଭୁକ୍ତ କରିପାରେ ଶାସକ ଦଳ।

କଂଗ୍ରେସ ମଧ୍ୟ ଅନୁରୂପ ଭାବରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବ। ଦରବୃଦ୍ଧିକୁ ନେଇ ପୂର୍ବରୁ ହିଁ ଓଡ଼ିଶା ବନ୍ଦ କରିଥିଲା କଂଗ୍ରେସ। ଏହାପରେ ବିଜେପିର ଅନ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିପାରେ।

ଭୁବନେଶ୍ବରରୁ ତପନ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details