ଓଡିଶା

odisha

ETV Bharat / city

ପଦଯାତ୍ରା ପଲିଟିକ୍ସ: ଭ୍ରଷ୍ଟାଚାର ମୁକ୍ତ ଓଡିଶା ଗଢିବାକୁ ବିଜେପିର ସଂକଳ୍ପ - ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା

ସଭାପତି ବାବୁ ସିଂ ପଦଯାତ୍ରାର ନେତୃତ୍ବରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା । ନକଲି ଚାବି ନକଲି ସରକାର, ରାଜ୍ୟ ସରକାର ବଦଳିବା ଦରକାର ସ୍ଲୋଗାନ ଦେଇଥିଲେ ବିଜେପି କର୍ମୀ । ଅଧିକ ପଢନ୍ତୁ

ପଦଯାତ୍ରା ପଲିଟିକ୍ସ: ଓଡିଶାରୁ ଭ୍ରଷ୍ଟାଚାର ମୁକ୍ତ କରିବାକୁ ବିଜେପିର ସଂକଳ୍ପ
ପଦଯାତ୍ରା ପଲିଟିକ୍ସ: ଓଡିଶାରୁ ଭ୍ରଷ୍ଟାଚାର ମୁକ୍ତ କରିବାକୁ ବିଜେପିର ସଂକଳ୍ପ

By

Published : Oct 2, 2022, 8:49 PM IST

ଭୁବନେଶ୍ବର:ଭାରତୀୟ ଜନତା ପାର୍ଟିର ପଦଯାତ୍ରା । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏହି ପଦଯାତ୍ରା କରାଯାଇଥିବାବେଳେ, ବାବୁ ସିଂ ଏହାର ନେତୃତ୍ବ ନେଇଥିଲେ । ଓଡିଶାରୁ କିଭଳି ଭ୍ରଷ୍ଟାଚାର ମୁକ୍ତ ହେବ ସେନେଇ ଦଳୀୟ କର୍ମୀ ପଦଯାତ୍ରା କରି ସଂକଳ୍ପ ନେଇଛନ୍ତି । ଭୁବନେଶ୍ବରରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ଖଣ୍ଡଗିରି ଜାଗମରା ସ୍ଥିତ ବରବାରୀ ସରସ୍ୱତୀ ଶିଶୁମନ୍ଦିର ଆରମ୍ଭ ହୋଇ ଏହି ପଦଯାତ୍ରା ଜାଗମରା ଜଗନ୍ନାଥ ମନ୍ଦିର ଯାଏ ଆସିଥିଲା ।

ବିଜେପିର ପଦଯାତ୍ରା

ନକଲି ଚାବି ନକଲି ସରକାର, ରାଜ୍ୟ ସରକାର ବଦଳିବା ଦରକାର ସ୍ଲୋଗାନ ଦେଇଥିଲେ ବିଜେପି କର୍ମୀ । ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଯେ, "ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶରେ ଗାନ୍ଧୀ ଡୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି ପଦଯାତ୍ରା ହୋଇଥିଲା । ରାଜ୍ୟରୁ ନକଲି ସରକାର ହଟିବା ଦରକାର । ଏଥିପାଇଁ ଜଗନ୍ନାଥ ମନ୍ଦିରରେ ସଙ୍କଳ୍ପ ନେଉଛୁ । ଯୁବ, ଛାତ୍ର, ମାଆ, ଭଉଣୀ ଆଜି ପ୍ରତାରିତ ହୋଇଛନ୍ତି । ଭ୍ରଷ୍ଟାଚାରରେ ବିଜେଡି ନେତା ଓ କର୍ମୀ ଡୁବି ରହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ପଦଯାତ୍ରା ପଲିଟିକ୍ସ: ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ, ସହଯୋଗ ଲୋଡ଼ିଲେ ବିଜେଡି ସୁପ୍ରିମୋ

ସୂଚନା ଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତା ଓ ବିଧାୟକଙ୍କ ସହ ଏହି ଦଳୀୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ପ୍ରାୟ ଏକ ମାସ ଧରି ଏହି ପଦଯାତ୍ରା ଚାଲିବ । ଏଥିପାଇଁ ଜନସାଧାରଣ ଓ ସମର୍ଥକଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ ପଟ୍ଟନାୟକ ।

ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ କାର୍‌ଗିଲ୍‌ ବସ୍ତିରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଗତ ୨୨ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଯେଭଳି ରାଜ୍ୟବାସୀଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି, ତାହା ନିଜ ଦଳୀୟ ନେତା ଓ କର୍ମୀଙ୍କଠାରୁ ମଧ୍ୟ ଆଶା ରଖିଛନ୍ତି । ଏଥିସହିତ ବିଜେଡି ପ୍ରଣୟନ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details