ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ସବୁଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ନବନିର୍ବାଚିତ ରାଷ୍ଟ୍ରପତି ମୁର୍ମୁ ପାଠ ପଢ଼ିଥିବା ଭୁବନେଶ୍ବର ସ୍ଥିତ ୟୁନିଟ-୨ ବାଳିକା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ବିଜେପିର ନେତା ଓ କର୍ମୀ ପହଞ୍ଚି ବିଜୟ ଉତ୍ସବ ପାଳନ କରିଛନ୍ତି ।
ୟୁନିଟ-୨ ବାଳିକା ବିଦ୍ୟାଳୟର କୁନ୍ତଳାକୁମାରୀ ଆଦିବାସୀ ହଷ୍ଟେଲର ଅନ୍ତେବାସୀଙ୍କୁ ମିଠା ଖୁଆଇ ସେମାନଙ୍କୁ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ କାହାଣୀ ଉପରେ ବିଜେପି କର୍ମୀ ଆଲୋକପାତ କରାଇଥିଲେ । ବିଜେପି ବିଧାୟକ କୁସୁମ ଟେଟେଙ୍କ ସମେତ ଅଭିନେତା ହରିହର ପାତ୍ର ଓ ଅନ୍ୟ ବରିଷ୍ଠ ଓ ଯୁବକର୍ମୀଙ୍କ ସହ ଦ୍ରୌପଦୀ ମୁର୍ମୁଙ୍କ ସହପାଠୀ ସୁଚିତ୍ରା ସିମଲ ସାମିଲ ହୋଇଥିଲେ । ଯିଏକି ଦ୍ରୌପଦୀ ମୁର୍ମୁଙ୍କ ସହ ଏହି ହଷ୍ଟେଲରେ ଏକାଠି ରହି ପାଠପଢୁଥିଲେ।