ଭୁବନେଶ୍ବର:ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି(BJP And BJD Announces Star Campaigners For Dhamnagar By-Poll) । ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପକ୍ଷରୁ 40 ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଛି । ସେହିପରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗର ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ସବୁ କ୍ଷେତ୍ରରେ ଆଗୁଆ ରହିଛି ରାଷ୍ଟ୍ରୀୟ ଦଳ ବିଜେପି । ପ୍ରଥମେ ପ୍ରାର୍ଥୀ ଚୟନ ସହ ଘୋଷଣା କରିଛି ଦଳ । ପ୍ରଥମେ ନାମାଙ୍କନ ଭରିଛନ୍ତି ସୂରଜ ସୂର୍ଯ୍ୟବଂଶୀ । ପ୍ରଚାର ମଇଦାନକୁ ଆଗୁଆ ଓହ୍ଲାଇବା ସହ ଦଳ ଆଗୁଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ।
ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶେଶ୍ବର ଟୁଡ଼ୁ । ଏହାସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ନାଁ ତାଲିକାରେ ରହିଛି । ସେହିପରି ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, କେଭି ସିଂଦେଓ, ସୁରମା ପାଢ଼ୀ, ମନମୋହନ ସାମଲଙ୍କ ସମେତ ବିଧାୟକ ମୋହନ ଚରଣ ମାଝୀ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧାନ ମୁର୍ମୁ, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।
ଏହାବ୍ୟତୀତ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ପ୍ରଭାତୀ ପରିଡା, ପୃଥିବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ଵାଇଁ, ବିଭୁ ପ୍ରସାଦ ତରାଇ, ପିତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ ଓ ହେମନ୍ତ ପାଢ଼ୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।