ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି । ଉପନିର୍ବାଚନ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି । ଏପରିକି କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେନେଇ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ କିନ୍ତୁ ନେତା ଏବେଠୁ ଜିତିବା ନେଇ ଦାବି କଲେଣି ।
ପିପିଲି ଉପନିର୍ବାଚନରେ ବିଜେଡି 40ରୁ 50 ହଜାର ଭୋଟରେ ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଏହାସହ ସେ କହିଛନ୍ତି ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପୂର୍ବ ସବୁ ନିର୍ବାଚନ ଓ ଉପନିର୍ବାଚନ ପରି ଆମେ ବିପୁଳ ଭୋଟରେ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ପ୍ରମିଳା ମଲ୍ଲିକ । ଏହାର ଜବାବରେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ‘ଭଲ କଥା.. ଭଗବାନ ମଙ୍ଗଳ କରନ୍ତୁ’ ।