ଓଡିଶା

odisha

ETV Bharat / city

ଚିଲିକାବାସୀଙ୍କ ପ୍ରତି ନବୀନଙ୍କ ଦରଦ, ବିଜେପି-ବିଜେଡି ମୁହାଁମୁହିଁ - press meet

ନବୀନଙ୍କ ଚିଲିକା ଗସ୍ତକୁ ନେଇ ବିଜେପିର ସମାଲୋଚନା । କଡା ଜବାବ ଦେଲା ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 19, 2019, 7:42 PM IST

ଭୁବନେଶ୍ବର: ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଆଉ 2 ଟି ପର୍ଯ୍ୟାୟ ମତଦାନ ବାକିଥିବା ବେଳେ ନିଜ ଦଳୀୟ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ଏହି କ୍ରମରେ ବାଣପୁରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସଭାରେ ଉପସ୍ଥିତ ଲୋକଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଚିଲିକା ଆମର ମାଆ । ଓଡ଼ିଶାର ଗର୍ବ । ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି । କିନ୍ତୁ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିବାର ଷଡଯନ୍ତ୍ର ରଚୁଛନ୍ତି । ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଛି । ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଛି । ହେଲେ ବିଜେଡି ତାହା କଦାପି ହେବାକୁ ଦେବନାହିଁ । ମୁଁ ବଞ୍ଚିଥିବା ଯାଏଁ ଚିଲିକାର କ୍ଷତି ହେବାକୁ ଦେବିନି । ମୁଁ ସବୁବେଳେ ଆପଣଙ୍କ ସହ ଅଛି ବୋଲି ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ବିଜେଡି ସୁପ୍ରିମୋ ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ବିଜେଡି । ନବୀନ ସରକାରଙ୍କ ଅପରାଗତା ପାଇଁ ଚିଲିକାର ଅବସ୍ଥା କଣ ସେଠାକାର ଲୋକେ ତାହା ଠିକ୍‌ ଜାଣିଛନ୍ତି । ରାଜ୍ୟ ସରକାର ଚିଲିକାକୁ ଅଣଦେଖା କରିଛନ୍ତି । ଚିଲିକାର ସୈନ୍ଦର୍ଯ୍ୟ କରଣକୁ ରୋକିବା ଓ କୋଷ୍ଟାଲ ହାଇୱେକୁ ବନ୍ଦ କରିବାର ପ୍ରୟାସ କରୁଛନ୍ତି । ହେଲେ ଲୋକେ ଏହାର ସଠିକ୍‌ ଜବାବ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ସେପଟେ ଏହାର ଜବାବରେ ବିଜେଡି କହିଛି ଯେ ,ଚିଲିକାର ବିକାଶ ହୋଇଛି । ଚିଲିକାରେ ଇକୋ ସିଷ୍ଟମକୁ ଉତମତ୍ତର କରାଯାଇଛି । ସେଥିପାଇଁ ବହୁ ପର୍ଯ୍ୟଟକ ଆସୁଛନ୍ତି । ଯେଉଁମାନେ ଚିଲିକାକୁ ବିକି ଭାଙ୍ଗି ଖାଇବାକୁ ଚାହୁଁଥିଲେ ସେମାନଙ୍କ ଷଢଯନ୍ତ୍ର ପଦାରେ ପଡିଥିବା ବିଜେଡି କହିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details