ଓଡିଶା

odisha

By

Published : Mar 4, 2020, 11:55 PM IST

ETV Bharat / city

ବିଜେଡି ଠାରୁ ବିଜେପି ଶିକ୍ଷାଲାଭ କରିବା ଉଚିତ: ବିଜେଡି

ପଞ୍ଚାୟତରାଜ ଦିବସକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଜେପି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

BJP BJD FACE TO FACE
BJP BJD FACE TO FACE

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଚାଲିଥିବା ବିଜେଡି ସରକାର ଅମଳରେ ହିଁ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇପାରିଛି । ଓଡିଶାର ଏଭଳି ପଦକ୍ଷେପ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ହେଲେ ଲୋକଙ୍କୁ ଭୁଲ ସୂଚନା ଦେଇ ଭ୍ରମିତ କରିବା ଲାଗି ବିଜେପି ଅପଚେଷ୍ଟା ଚଳାଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।

ବିଜେଡି ଠାରୁ ବିଜେପି ଶିକ୍ଷାଲାଭ କରିବା ଉଚ୍ଚିତ: ବିଜେଡି

ବିଜେପି ଅଭିଯୋଗର ଜବାବ ଦେଇ ସସ୍ମିତ କହିଛନ୍ତି ଏହି ଜାତୀୟ ଦଳର ଏଭଳି ଆଚରଣ ଦର୍ଶାଉଛି ଯେ ଓଡିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢୀକରଣ ସହିତ ବିକାଶ କାର୍ଯ୍ୟ ସଂକ୍ରାନ୍ତରେ ବିଜେପି ଆଦୌ ଅବଗତ ନାହିଁ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଜ୍ୟ ପଞ୍ଚାୟତ ଗୁଡିକରେ ନିର୍ବାଚନ ଲଢିବା କ୍ଷେତ୍ରରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବଢାଇ କେବଳ ମହିଳାଙ୍କୁ ସଶକ୍ତ କରିନାହାନ୍ତି ବରଂ ପଞ୍ଚାୟତିରାଜ ସଂସ୍ଥା ଗୁଡିକୁ ଅଧିକରୁ ଅଧିକ ମଝବୁତ କରିଛନ୍ତି ।

ବିଜେପିକୁ କଟାକ୍ଷ ଛଳରେ କହିଛନ୍ତି ଦେଶର ଅନେକ ବିଜେପି ଶାସିତ ରାଜ୍ୟ ମଧ୍ୟ ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ ଏଭଳି ପଦକ୍ଷେପ ଗ୍ରହଣ କରିଥିବାର ନଜିର ନାହିଁ । ଏଭଳି ସକରାତ୍ମକ ପଦକ୍ଷେପରୁ ବିଜେପି ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details