ଭୁବନେଶ୍ବର: ସରକାର ଓ ପ୍ରଶାସନ ଭିତରେ ତାଳମେଳ ନାହିଁ । ରାଜ୍ୟରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ସମଲେଶ୍ବରୀ, ହରିଶଙ୍କର ସବୁ ମନ୍ଦିର ବନ୍ଦ ହୋଇ ରହିଛି। ପାଖାପାଖି ୧ ଲକ୍ଷ ଲୋକ ମନ୍ଦିର ଉପରେ ନିର୍ଭର କରି ଚଳନ୍ତି ହେଲେ ରାଜ୍ୟ ସରକାର ନିଜେ ଭ୍ରମରେ ରହୁଛନ୍ତି ବୋଲି ଆରୋପ ଲଗାଇଛି ବିଜେପି ।
ସରକାର ଶୀଘ୍ର ମନ୍ଦିର ଖୋଲନ୍ତୁ: ବିଜେପି - state government
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ସରକାର ଓ ପ୍ରଶାସନ ଭିତରେ ତାଳମେଳ ନାହିଁ । ରାଜ୍ୟରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ସମଲେଶ୍ବରୀ, ହରିଶଙ୍କର ସବୁ ମନ୍ଦିର ବନ୍ଦ ହୋଇ ରହିଥିବା ଆରୋପ ଲଗାଇଛି ବିଜେପି । ଅଧିକ ପଢନ୍ତୁ...
bjp-attack-on-state-government
ଯେହେତୁ ନବୀନ ବାବୁ ଚାରି କାନ୍ଥ ଭିତରେ ରହିଛନ୍ତି ବାହାରକୁ ବାହାରୁ ନାହାନ୍ତି ତେଣୁ ସେ କିଛି ଜାଣି ପାରୁନାହାଁନ୍ତି । ଜୀବନ ଆଉ ଜୀବିକାର କଥା ରହିଛି । ତେଣୁ ତୁରନ୍ତ ମନ୍ଦିର ଖୋଲାଯାଉ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି । ସୂଚନା ଥାଉ କି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପରାମର୍ଶ ଦେବା ପରେ ରାଜ୍ୟ ସରକାର କୋଭିଡ ମହାମାରୀ ଭିତରେ କେମିତି ମନ୍ଦିର ଖୋଲାଯାଇପାରିବ ସେ ନେଇ ମତ ଲୋଡିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ