ଭୁବନେଶ୍ବର :ତେଜୁଛି ରାଜନୀତି। ନିଜ ସ୍ୱଚ୍ଛ ଭାବମୂର୍ତି ରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ। ଏହା ନବୀନଙ୍କ ଶେଷର ଆରମ୍ଭ ବୋଲି କରିଛନ୍ତି ଅଭିଯୋଗ। ଏପରିକି ନବୀନ ଏବେ ଆଗଭଳି ନାହାନ୍ତି ବଦଳି ଯାଇଛନ୍ତି ବୋଲି ବି ବିରୋଧୀ କହିଛନ୍ତି। ସେପଟେ ବିଜେଡି ବି ରଖିଛି କଡା ଜବାବ।
ନବୀନଙ୍କ ‘ଶେଷର ଆରମ୍ଭ’: ସୁର - କଂଗ୍ରେସ ବିଧାୟକ ସୁର ରାଉତରାୟ
ନିଜ ସ୍ୱଚ୍ଛ ଭାବମୂର୍ତ୍ତିରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଦିବ୍ୟଶଙ୍କରଙ୍କୁ ମଞ୍ଚରେ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ...

ନବୀନଙ୍କ ଶେଷର ଆରମ୍ଭ
ନବୀନଙ୍କ ଶେଷର ଆରମ୍ଭ
ଅନ୍ୟପକ୍ଷରେ ଶାସକ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛି। ନବୀନ କେବେହେଲେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି କି ଆଜି ବି ଦେଉ ନାହାନ୍ତି ବୋଲି କହିଛି ବିଜେଡି। ଆଜି ବି ନବୀନ ସେମିତି ଅଛନ୍ତି ଯେମିତି ପୂର୍ବରୁ ଥିଲେ। ସେ କିଛି ବଦଳି ନାହାନ୍ତି ବୋଲି କହିଛି ବିଜେଡି। ଏପରିକି ନବୀନଙ୍କ ଏହା ଶେଷର ଆରମ୍ଭ ନା ବିରୋଧୀଙ୍କ ପାଇଁ ଏହା ଶେଷ ତାହାକୁ ଅପେକ୍ଷା କରନ୍ତୁ ବୋଲି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Nov 9, 2021, 8:58 PM IST