ଓଡିଶା

odisha

By

Published : Dec 14, 2020, 6:08 PM IST

ETV Bharat / city

ରାଜ୍ୟ ଶିଶୁ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନୟାଗଡ଼ର ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଛି । ଅଧିକ ପଢନ୍ତୁ...

ରାଜ୍ୟ ଶିଶୁ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ କଂଗ୍ରେସର ବିକ୍ଷୋଭ
ରାଜ୍ୟ ଶିଶୁ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ନୟାଗଡ଼ର ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗ ତାତି ଦିନକୁ ଦିନ ବଢିବାରେ ଲାଗିଛି। ଏହାର ଫାଇଦା ଶାସକ ବିଜେଡିକୁ ଛାଡି ଆଉ ସମସ୍ତ ଦଳ ଉଠାଇବାରେ ଲାଗିଛନ୍ତି । ପରୀ ତଦନ୍ତରେ ନାହିଁ ତତ୍ପରତା । ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ବିଫଳ।

ରାଜ୍ୟ ଶିଶୁ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

ଏନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ନିକଟରେ ଉଭୟ ବିଜେପି ଓ କଂଗ୍ରସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି କର୍ମୀମାନେ। ତେବେ ପରୀ ହତ୍ୟା ମାମଲାରେ ଥମିବାରେ ନାଁ ନେଉନାହିଁ ରାଜନୀତି । ଗୋଟିଏ ପଟେ ପରୀ ହତ୍ୟାର ହତ୍ୟାକାରୀ ଧରାପଡୁନଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ପିଲା ଗାଏବ ଘଟଣା ସାମ୍ନାକୁ ଆସୁଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details