ଓଡିଶା

odisha

ETV Bharat / city

Blackmailer Archana: CBI ତଦନ୍ତ ଦାବି କଲା ବିଜେପି, ବିଜେଡି କହିଲା ପ୍ରଶ୍ନ ନୁହେଁ ଆଗ ଉତ୍ତର ଦିଅ - ହେବିୱେଟ୍‌ଙ୍କ ସମ୍ପର୍କରେ ଅର୍ଚ୍ଚନା

ବ୍ଲାକମେଲର ଅର୍ଚ୍ଚନା ନାଗକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚହଳ । ଆଉ କେଉଁ ପ୍ରଭାବଶାଳୀ ଏହି ଲେଡି ବ୍ଲାକମେଲର ସହ ସମ୍ପର୍କରେ ରହିଥିଲେ ତାହାକୁ ନେଇ ଛାନଭିନ୍‌ କରୁଛି ପୋଲିସ । ଆଜି ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଥିଲା । ଅଧିକ ପଢ଼ନ୍ତୁ

BJP And BJD target each other after Blackmailer Archana appear in SDJM Court
Blackmailer Archana: କୋର୍ଟରେ ହାଜର ଅର୍ଚ୍ଚନା, ଆରମ୍ଭ ହେଲା ଆରୋପପ୍ରତ୍ୟାରୋପର ପର୍ବ

By

Published : Oct 11, 2022, 8:03 PM IST

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନାକୁ ନେଇ ଏବେ ରାଜ୍ୟ ରାଜନୀତିରେ ପାରମ୍ପରିକ ଭାବରେ ଦୋଷ ଠେଲାଠେଲି ନୀତି ଆରମ୍ଭ ହୋଇଯାଇଛି । ସେପଟେ ପ୍ରତିଦିନ ଅର୍ଚ୍ଚନା କିମ୍ବା ତାଙ୍କ ସ୍ବାମୀ ସହ ନୂଆ ନୂଆ ରାଜନେତାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ସେପଟେ ଆଜି ଅର୍ଚ୍ଚନା ନାଗ କୋର୍ଟରେ ହାଜର ହୋଇଛି । ଝାରପଡ଼ା ଜେଲ୍‌ରୁ ଭିସି ଜରିଆରେ କୋର୍ଟରେ ହାଜର ହୋଇଛି ଅର୍ଚ୍ଚନା । ଏହି ଲେଡି ବ୍ଲାକମେଲର କୋର୍ଟରେ ହାଜର ହେବାପରେ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।

Blackmailer Archana: କୋର୍ଟରେ ହାଜର ଅର୍ଚ୍ଚନା, ଆରମ୍ଭ ହେଲା ଆରୋପପ୍ରତ୍ୟାରୋପର ପର୍ବ

ହେବିୱେଟ୍‌ଙ୍କ ସମ୍ପର୍କରେ ଅର୍ଚ୍ଚନା

କାରଣ ଅର୍ଚ୍ଚନାଙ୍କ ସହ ନେତା, ମନ୍ତ୍ରୀ, ହେବିଓ୍ବେଟଙ୍କ ଫଟୋ ଝଡ ସୃଷ୍ଟି କରିଛି । ପାଓ୍ବାର କରିଡରରେ ସେହି ଲୋକମାନଙ୍କର ବେଶ ପ୍ରଭାବ ରହିଛି । କାର୍ଯ୍ୟାନୁଷ୍ଠାନ ଭୟରେ ପାଓ୍ବାର କରିଡରରେ ଛନକା ପଶିଛି । ମାୟାବିନୀ ଅର୍ଚ୍ଚନା ମାୟାଜାଲର ଅସଲ ମୁଖା ଖୋଲୁଛି ।

ପ୍ରତିଦିନ ଆସୁଛି ନୂଆ ଫଟୋ

ପ୍ରତିଦିନ ନୂଆ ରାଜନେତାଙ୍କ ସହ ଅର୍ଚ୍ଚନାର ଫଟୋ ସାମ୍ନାକୁ ଆସୁଛି । ପଶ୍ଚିମ ଓଡିଶାର ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ଜୁଏଲ ଓରାମଙ୍କ ସହିତ ଲେଡି ବ୍ଲାକମେଲରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଏପରିକି ଦିଲୀପ ରାୟଙ୍କ ସହିତ ଅର୍ଚ୍ଚନାଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ବଡ଼ ପ୍ରଶ୍ନ ଏହି ନେତା ମାନଙ୍କ ସହିତ ଅର୍ଚ୍ଚନାଙ୍କ ସମ୍ପର୍କ କଣ । କେଉଁ ପରିସ୍ଥିତିରେ ସେ ଏହି ନେତାମାନଙ୍କ ନିକଟତର ହୋଇଥିଲେ । ଏବଂ ଫଟୋ ଉଠାଇବାକୁ ସାହସ କରିଥିଲେ ।

ରାଜନେତା ଦୋଷ ଠେଲାଠେଲି

ମନ୍ତ୍ରୀ ଓ ପୂର୍ବତନ ବାଚସ୍ପତିଙ୍କ ସହ ଅର୍ଚ୍ଚନା ଫଟୋ ଭାଇରାଲ୍‌ ହେବାପରେ ଏବେ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେପି ମହିଳା ମୋର୍ଚ୍ଚା ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, "ସତସାହସ ଥିଲେ ବିଜେଡି ଅର୍ଚ୍ଚନା ଘଟଣାକୁ ନେଇ ସିବିଆଇ ତଦନ୍ତ କରାଉ । ବିଜେଡିର ବହୁ ନେତା ଓ ମନ୍ତ୍ରୀ ଓ ଅଫିସର ଅର୍ଚ୍ଚନା ବ୍ଲାକମେଲ ଘଟଣା ସହିତ ସମ୍ପୃକ୍ତ ଅଛନ୍ତି । କାହା ଛତ୍ରଛାୟା ତଳେ ଅର୍ଚ୍ଚନା ସାମ୍ରାଜ୍ୟ ବଢାଇଲେ ତାହାର ତଦନ୍ତ ହେଉ ।"

ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, "ରାଜନେତା ଅନେକ ସ୍ଥାନକୁ ଗସ୍ତ କରୁଛନ୍ତି । କିଏ କେତେବେଳେ ଆସି କାହା ସହ ଫଟୋ ଉଠାଇବ ତାହା କହିହେବ ନାହିଁ । ତା ଛଡ଼ା ଯିଏ ଯେମିତି କରିବ ସେ ସେମିତି ଫଳ ପାଇବ । ଯାହା ବିରୋଧରେ ଅଭିଯୋଗ ରହିଛି ତାହା କୋର୍ଟରେ ପ୍ରମାଣିତ ହେବାପରେ ହିଁ ଦୋଷୀ ହେବ । କୋର୍ଟ ହିଁ ଏହାର ନିଷ୍ପତ୍ତି ନେବେ ।"

ତେବେ ବିଜେପି ଅଭିଯୋଗର ଉତ୍ତର ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାପାତ୍ର । ସେ କହିଛନ୍ତି, "ଉତ୍ତର ଦେବା ଲୋକ ଆଜି ପ୍ରଶ୍ନ କର୍ତ୍ତା ସାଜିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଆଳ ଦେଖାଇ ଖସି ଯିବାକୁ ଚାହୁଁଛନ୍ତି । ତାଙ୍କ ପାଖରେ ଯଦି ତଥ୍ୟ ଅଛି, ସତ୍‌ ସାହାସ ଥିଲେ ସର୍ବସାଧାରଣରେ ଦେଖାନ୍ତୁ । ବିଜେପିର ପଶ୍ଚିମ ଓଡିଶାର ତୁଙ୍ଗ ନେତାଙ୍କ ଫଟୋ ସାମ୍ନାକୁ ଆସିଛି । ପ୍ରଥମେ ବିଜେପି ତାର ଉତ୍ତର ରଖୁ । ମିଛକଥା କହି ଲୋକଙ୍କ ସହିତ ଛଳନା କରୁଛି ବିଜେପି । ତଦନ୍ତକୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି ।"

ରାଜନୈତିକ ବୟାନବାଜି ଭିତରେ ଅନେକ ସତ୍ୟ ବାହାରକୁ ଆସିଛି । ତାଠାରୁ ଅଧିକ ତଥ୍ୟ ଏବେବି ଲୁଚି ରହିଛି । ଅର୍ଚ୍ଚନାକୁ ପୋଲିସ ରିମାଣ୍ଡରେ ନେବା ପରେ ଆଉ କିଛି ସତ ଓଗାଳିବ କି ଅର୍ଚ୍ଚନା ? ଏବେ ତାହାରି ଉପରେ ସାରା ରାଜ୍ୟର ନଜର ଅଟକି ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details