ଓଡିଶା

odisha

ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା: ଆଇନର ଉର୍ଦ୍ଧ୍ବରେ କେହି ନୁହେଁନ୍ତି କହିଲେ ମନ୍ତ୍ରୀ - PEO smitarani death

ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା । ଯାଜପୁର ଏସପିଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରିବ ବିଜେପି । ବିଜେଡି କହିଲା ଆଇନ ତା ବାଟରେ ଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 23, 2019, 6:46 PM IST

Updated : Oct 23, 2019, 9:39 PM IST

ଭୁବନେଶ୍ବର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜନୀତି। ବିଜେପି ଏହାକୁ ନେଇ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ ବିଜେଡି ଏହାର ଜବାବ ରଖିଛି । ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏଥିରେ ରାଜନୀତି ନ କରାଯାଉ । ପୀଡିତା କିପରି ନ୍ୟାୟ ପାଇବେ ସେ ନେଇ ଯଦି ବିଜେପି ନିକଟରେ କୌଣସି ପ୍ରମାଣ ଅଛି ତାହା ତଦନ୍ତକାରୀ ସଂସ୍ଥାକୁ ଦେବାକୁ କହିଛନ୍ତି ମନ୍ତ୍ରୀ ସମୀର ଦାସ ।

ସ୍ମିତାରାଣୀ ମୃତ୍ୟୁ ମାମଲା: ବିଜେପି ବିଜେଡି ତୁ ତୁ ମେଁ ମେଁ

ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ବ୍ୟତୀତ 2 ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିମେଣ୍ଟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ତେବେ ପୋଲିସ କେବଳ ରୂପେଶ ଭଦ୍ରଙ୍କୁ ଗିରଫ କରିଥିବାବେଳେ ଆଉ 4 ଜଣଙ୍କୁ କାହିଁକି ଗିରଫ କରିନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ।

ଏହାସହ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ମୃତ ସ୍ମିତାରାଣୀ କାର୍ଯ୍ୟ କରୁଥିବାରୁ ରାଜ୍ୟସରକାର ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ତଦନ୍ତ ନକରି ବୃତ୍ତିଗତ ଆଧାରରେ ତଦନ୍ତ କରନ୍ତୁ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି । ଏଥି ସହିତ ଏସପି ମୃତ ମହିଳାଙ୍କ ଚରିତ୍ର ହରଣ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ବିଜେପି ଫୌଜଦାରୀ ମାମଲା ରୁଜୁ କରିବ ବୋଲି କହିଛି ।

ସେହିପରି ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ ଏବଂ 5‘ଟି’ କଥା କହୁଥିବାବେଳେ ଜଣେ ସରକାରୀ ମହିଳାଙ୍କ ମୃତ୍ୟୁପରେ ଜଣେ ବି ସରକାରୀ ଅଧିକାରୀ ତାଙ୍କ ପରିବାରକୁ ନଭେଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 23, 2019, 9:39 PM IST

ABOUT THE AUTHOR

...view details