ଓଡିଶା

odisha

ETV Bharat / city

କୃଷକଙ୍କୁ ନେଇ ପୁଣି ମୁହାଁମୁହିଁ ବିଜେପି ଓ ବିଜେଡି - ଚାଷୀଙ୍କ ସମସ୍ୟା ବିଜେଡି ଓ ବିଜେପି ମୁହାଁମୁହିଁ

ଚାଷୀଙ୍କ ସମସ୍ୟା ନେଇ ପୁଣି ମୁହାଁମୁହିଁ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ପଞ୍ଜିକୃତ ଚାଷୀଙ୍କ ତାଲିକା ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । ଅଧିକ ପଢନ୍ତୁ...

BJP and BJD face to face for farmers issue
କୃଷକଙ୍କୁ ନେଇ ପୁଣି ମୁହାଁମୁହିଁ ବିଜେପି ଓ ବିଜେଡି

By

Published : Mar 2, 2021, 6:20 PM IST

Updated : Mar 3, 2021, 9:26 AM IST

ଭୁବନେଶ୍ବର: କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ପୁଣି ମୁହାଁମୁହିଁ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ପଞ୍ଜିକୃତ ଚାଷୀଙ୍କ ତାଲିକା ଦେଉନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରାଜ୍ୟରେ ଆରମ୍ଭ ହୋଇଛି ରାଜନୀତି । କୃଷକଙ୍କ ବିକାଶ ବିଜେଡି ଚାହୁଁ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଘଟଣାରେ ପାଲଟା ଜବାବ ରଖିଛି ବିଜେଡି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ନକଲ କରିଛନ୍ତି ବିଜେପି ଶାସିତ କେନ୍ଦ୍ର ସରକାର ବୋଲି କହିଛନ୍ତି ବିଜେଡ଼ି ବିଧାୟକ । ବିଜେଡି-ବିଜେପି ଡ୍ରାମା କରୁଛନ୍ତି ବୋଲି କହିଛି କଂଗ୍ରେସ ।

ଜୋର ଧରିଲା କୃଷକଙ୍କ ସମସ୍ୟା ନେଇ ବିଜେଡି-ବିଜେପି କଳି । କାଲି କେନ୍ଦ୍ରମନ୍ତ୍ରୀ ଚିଠି ଲେଖି ସରକାରଙ୍କୁ ଘେରିବା ପରେ ଆଜି ରାଜ୍ୟ ବିଜେପି କରିଛି ବିଜେଡିକୁ ଆକ୍ରମଣ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ଚାଷୀ । ଏହି ଯୋଜନାରୁ ଓଡ଼ିଶାର କୃଷକ ଲାଭ ପାଇ ପାରୁନାହାଁନ୍ତି ବୋଲି ବିଜେପି ଅଭିଯୋଗ କରିଛି । କାରଣ ରାଜ୍ୟ ସରକାର କୃଷକଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦେଉନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଧର୍ମେନ୍ଦ୍ର ଚିଠି ଲେଖିଛନ୍ତି ।

କୃଷକଙ୍କୁ ନେଇ ପୁଣି ମୁହାଁମୁହିଁ ବିଜେପି ଓ ବିଜେଡିକୃଷକଙ୍କୁ ନେଇ ପୁଣି ମୁହାଁମୁହିଁ ବିଜେପି ଓ ବିଜେଡିକୃଷକଙ୍କୁ ନେଇ ପୁଣି ମୁହାଁମୁହିଁ ବିଜେପି ଓ ବିଜେଡି
ରାଜ୍ୟରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଚାଷୀଙ୍କ ମଧ୍ୟରୁ ସପ୍ତମ କିସ୍ତିରେ ଓଡିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ପାଇଛନ୍ତି । ପ୍ରଥମ କିସ୍ତିରେ ଓଡିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ । ଅନୁରୂପ ଭାବରେ ଦ୍ବିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍ ପଞ୍ଜିକୃତଙ୍କ ୭୪ ପ୍ରତିଶତ । ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍ ଫଜିକରଣ ୬୩ ପ୍ରତିଶତ ଚାଷୀ କେବଳ ପିଏମ ଯୋଜନାରେ ବ୍ୟାଙ୍କ ଖାତାରେ ଟଙ୍କା ପାଇଛନ୍ତି । ଅନୁରୂପ ଭାବରେ ପଞ୍ଚମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ । ଅର୍ଥାତ୍ ୫୩ ପ୍ରତିଶତ ଚାଷୀ ଲାଭ ପାଇଛନ୍ତି । ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ ପ୍ରତିଶତ ଅର୍ଥାତ୍ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି ।କେନ୍ଦ୍ର ସରକାର ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ଚାଷୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାର ନିୟମାବଳୀ ଅନୁସାରେ ରାଜ୍ୟ ସରକାରମାନେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବେ । ଯୋଜନାର ୱେବ ପୋର୍ଟାଲରେ ଏହି ତାଲିକା ଦାଖଲ କରିବେ । ହିତାଧିକାରୀଙ୍କ ତଥ୍ୟକୁ ସଠିକ୍ ଭାବରେ ଦେବାର ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି । ଏହାଦ୍ବାରା ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇପାରିବ । ମାତ୍ର ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ବାରା ଆବଶ୍ୟକୀୟ ପ୍ରକ୍ରିୟାକୁ ଅନୁପାଳନ ନକରିବା ଯୋଗୁଁ ପିଏମ କିଷାନ ନିଧି ଯୋଜନାରେ ପଞ୍ଜିକୃତ ହୋଇଥିବା ଓଡିଶାର ଚାଷୀଙ୍କ ମଧ୍ୟରୁ ବହୁତ କମ୍ ବୋଲି ବିଜେପି ଅଭିଯୋଗ କରିଛି ।ସେପଟେ ପାଲଟା ଜବାବ ଦେଇଛି ବିଜେଡି । ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଯଦି ରାଜ୍ୟ ସରକାର ତାଲିକା ଦେଇନାହାନ୍ତି, ତେବେ ଚାଷୀ ପିଏମ କିଷାନ ଟଙ୍କା ପାଇଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ଅମର । ମଝିରେ ମଝିରେ ତାଲିକା ଭେରିଫିକେସନ କରାଯାଏ । ହୁଏତ ତାଲିକା ସେଇଥି ପାଇଁ ଦିଆଯାଇନଥିବ, ଦିଆଯିବ । କାଳିଆ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଥିଲେ । ଏହାକୁ ଅନୁକରଣ କରି କେନ୍ଦ୍ର ସରକାର ପିଏମ କିଷାନ ଯୋଜନା କରିଛନ୍ତି ବୋଲି ଅମର କହିଛନ୍ତି । ସେପଟେ ବିଜେଡି-ବିଜେପି କଳିରେ ଲମ୍ପ ମାରିଛି କଂଗ୍ରେସ । ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି । 2000ରୁ 2009 ଯାଏଁ ମିଳିତ ଭାବେ ଡ୍ରାମା କରୁଥିଲେ । ଏବେ ଅଲଗା ଅଲଗା କରୁଛନ୍ତି । ବିଜେଡି-ବିଜେପି ମୁଦ୍ରାର ଦୁଇ ପାର୍ଶ୍ୱ । ଉଭୟଙ୍କର କୃଷକଙ୍କ ପ୍ରତି ଦରଦ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ
Last Updated : Mar 3, 2021, 9:26 AM IST

ABOUT THE AUTHOR

...view details