ଭୁବନେଶ୍ବର: ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସୋନାଲି ସାହୁ ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ପ୍ରତିଷ୍ଠା ଦିବସରୁ ଅପ୍ରେଲ 20 ଯାଏଁ ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି । ସାମାଜିକ ଦାୟିତ୍ବବୋଧତା ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ବିଜେପି ଚେଷ୍ଟା ଜାରି ରଖିଛି । ସମାଜରେ ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି ।
ମହିଳାଙ୍କ ବିକାଶ ନେଇ ପ୍ରଧାନମନ୍ତ୍ରୀ ଚେଷ୍ଟିତ ଅଛନ୍ତି । କେନ୍ଦ୍ର ସରକାର ଗୋଟିଏ ଦିଗରେ ଯିବା ବେଳେ ରାଜ୍ୟ ସରକାର ଅନ୍ୟ ଦିଗରେ ଯାଉଛନ୍ତି । ଶୌଚାଳୟ ନିର୍ମାଣ ହେଉନାହିଁ । ପ୍ରତି ୧୦୦ ଘର ମଧ୍ୟରୁ ୬୫ ଘରେ ଶୌଚାଳୟ ନାହିଁ । ମହିଳାଙ୍କ କ୍ଷେତ୍ରରେ ରାଜ୍ୟରେ ଶିକ୍ଷାର ହାର ୬୪ ପ୍ରତିଶତ ରହିଛି । ୪୦୦ରୁ ଅଧିକ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣି ସୁବିଧା ନାହିଁ । ସାନିଟାରୀ ନାପକିନ କେନ୍ଦ୍ର ସରକାର ପାଣ୍ଠି ଯୋଗାଉଥିବା ବେଳେ ସଠିକ ଭାବରେ ମହିଳାଙ୍କ ନିକଟରେ ପହଞ୍ଚିପାରୁନଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।