ଓଡିଶା

odisha

ETV Bharat / city

‘କ୍ଷମତାର ଅପବ୍ୟବହାର କରୁଛନ୍ତି ରାଜ୍ୟ ସରକାର’ - ବିଜେପି ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

bjp allegation the state government is abusing power
‘କ୍ଷମତାର ଅପବ୍ୟବହାର କରୁଛନ୍ତି ରାଜ୍ୟ ସରକାର’

By

Published : Mar 4, 2020, 4:35 PM IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲା ବିଜେପି । ରାଜ୍ୟସରକାର ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କ୍ଷମତା ବିକେନ୍ଦ୍ରିକରଣ ହେବା ବଦଳରେ ସଚିବାଳୟରେ କେନ୍ଦ୍ରୀଭୂତ ହେଉଛି ଯାହା ଫଳରେ ପଞ୍ଚାୟତିରାଜ ବ୍ୟବସ୍ଥା ଭୁଶୁଡି ପଡିଛି । ବୁଧବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

‘କ୍ଷମତାର ଅପବ୍ୟବହାର କରୁଛନ୍ତି ରାଜ୍ୟ ସରକାର’

ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ କ୍ରମେ ରାଜ୍ୟର ୭୦୦୦ ପଞ୍ଚାୟତକୁ ୪୦ ହଜାରରୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସହାୟତା ଦେଇଥିଲେ । ଗାଁର ବିକାଶ ପଲ୍ଲିସଭା ଓ ଗ୍ରାମସଭା ମାଧ୍ୟମରେ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ୨୦୧୮ ଜୁଲାଇ ମାସ ୭ ତାରିଖରୁ ଏହା ବନ୍ଦ କରାଗଲା । ୨୦୧୯ ଫେବୃଆରୀ ୧୭ ତାରିଖରୁ ପଞ୍ଚାୟତ ଖର୍ଚ୍ଚ କରିବାକୁ ସକ୍ଷମ ନହେବା ଦର୍ଶାଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କୁ କ୍ଷମତା ହସ୍ତାନ୍ତର କଲେ ।

ନିଜ ଅପାରଗତାକୁ ଲୁଚାଇ ପଞ୍ଚାୟତର ଦୋଷ ଦେଉଛନ୍ତି ରାଜ୍ୟ ସରକାର ବୋଲି ସମୀର ଅଭିଯୋଗ କରିଛନ୍ତି । ନିର୍ବାଚିତ ନେତା ମାନଙ୍କର କ୍ଷମତାକୁ ସଙ୍କୁଚିତ କରିଛନ୍ତି ସରକାର । ୯୪ ପ୍ରତିଶତ ଅର୍ଥ କେନ୍ଦ୍ର ଦେଉଥିବା ବେଳେ ୬ ପ୍ରତିଶତ ରାଜ୍ୟସରକାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ବିକାଶ ଓ ଗ୍ରାମବାସୀଙ୍କ ଜୀବନ ଧାରଣ ମାନ ଉନ୍ନତି କରିବା ପାଇଁ ଟଙ୍କା ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ସମସ୍ତ କ୍ଷମତା ସଚିବାଳୟରେ କେନ୍ଦ୍ରୀଭୂତ କରି ଜନସାଧାରଣଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details