ଓଡିଶା

odisha

ETV Bharat / city

'ମୋ ସାଇକେଲ' ମହାଦୁର୍ନୀତି, କୋକେଇ ବାନ୍ଧି ବିରୋଧ କଲା ବିଜେପି - ଶିଶୁଭବନ ଛକରେ ଆନ୍ଦୋଳନ

ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାଜଧାନୀର ଶିଶୁ ଭବନ ନିକଟରେ ବିକ୍ଷୋଭ କରିଛି ବିଜେପି । ଅଧିକ ପଢନ୍ତୁ...

'ମୋ ସାଇକେଲ' ଯୋଜନା': ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି
'ମୋ ସାଇକେଲ' ଯୋଜନା': ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

By

Published : Jul 19, 2021, 4:59 PM IST

ଭୁବନେଶ୍ବର:ରାଜଧାନୀରେ ପ୍ରଦୂଷଣ ରୋକିବା ପାଇଁ ମୋ ସାଇକେଲ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ମାତ୍ର କବାଡିଖାନାରେ ଖତ ଖାଉଛି ଶହ ଶହ ସାଇକେଲ । ଜନତାଙ୍କ ଟିକସର ଏଭଳି ଅପବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରି ବିଜେପି ଶିଶୁଭବନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

'ମୋ ସାଇକେଲ' ଯୋଜନା': ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଦୂରଦୃଷ୍ଟିହୀନ ଯୋଜନା କରି ଟଙ୍କା ଲୁଟି ନେଇ କିଛି ଦଲାଲ ମାଲାମାଲ ହୋଇଛନ୍ତି । ଜନତାଙ୍କ ଟିକସର ଏଭଳି ଅପବ୍ୟବହାରକୁ ବିଜେପି ନିନ୍ଦା କରିଛି । ୨୫ ହଜାର ଟଙ୍କାରେ କିଣା ଯାଇଥିବା ସାଇକେଲକୁ ଏବେ ମାତ୍ର ୫ଶହ ଟଙ୍କାରେ ବିକ୍ରି କରାଯାଉଛି । ଏହି ଯୋଜନାରେ ମହାଦୁର୍ନୀତି ହୋଇଛି ବୋଲି କହିଛି ବିଜେପି । ସରକାରଙ୍କ ଦୁର୍ନୀତିକୁ ବିଜେପି ତୀବ୍ର ବିରୋଧ କରି ଶିଶୁଭବନ ଛକ ନିକଟରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ତେବେ ସୂଚନା ଥାଉ କି ରାଜଧାନୀରେ ପ୍ରଦୂଷଣ ରୋକିବା ଲକ୍ଷ୍ୟ ନେଇ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ଏ ନେଇ ବିଏମସି ସହ ଅନୁବନ୍ଧିତ ହୋଇଥିଲେ ୩ଟି ଘରୋଇ ସାଇକେଲ ଯୋଗାଣ ସଂସ୍ଥା ୟାନା, ୟୁଲୁ ଓ ହେକ୍ସି । ଏମାନଙ୍କୁ ସାଇକେଲ ଯୋଗାଣ, ମରାମତି ଦାୟିତ୍ବ ଦିଆଯାଇଥିଲା । ୩ଟି ଆପ୍ପ ମଧ୍ୟରୁ ଗୋଟିଏ ମଧ୍ୟ ଠିକ ଭାବେ କାମ କରୁନାହିଁ ବୋଲି ରାଜଧାନୀବାସୀ ପୂର୍ବରୁ ଅଭିଯୋଗ କରିଥିଲେ ।

କାରଣ କେତେବେଳେ ଏହି ଆପ୍ପ କାମ କରୁଛି ତ କେତେବେଳେ କରୁନି। ସବୁଠାରୁ ବଡ କଥା ହେଲା ପ୍ରାଥମିକ ପର୍ଯ୍ୟାୟରେ ୟୁଲୁ ଓ ୟାନା ପକ୍ଷରୁ ୫୦୦ ଲେଖାଏଁ ଓ ହେକ୍ସି ପକ୍ଷରୁ ଏକ ହଜାର ମୋ ସାଇକେଲ ରାଜଧାନୀ ନିବେଶ କରାଯାଇଥିଲା । ହେଲେ ୬ କୋଟି ବ୍ୟୟ ବରାଦରେ ହୋଇଥିବା ଏହି ମୋ ସାଇକେଲ ଯୋଜନା ଲୋକାଦ୍ରୁତ ନ ହେବା, ସାଇକେଲ ଗୁଡିକ ଏଠି ସେଠି ପଡ଼ିରହି ନଷ୍ଟ ହେବା ଯୋଗୁଁ ସାଇକେଲ ଯୋଗାଇଥିବା ସଂସ୍ଥା ମଧ୍ୟ ଚୁକ୍ତି ତୁଟାଇ ସାରିଥିବା ଜାଣିବାକୁ ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details